ଉପଭୋକ୍ତାଙ୍କ ପକେଟ୍‌କୁ ଝଟ୍‌କା: ଏପ୍ରିଲ୍ ୧ରୁ ମହଙ୍ଗା ହେବ ଜୀବନରକ୍ଷାକାରୀ ଔଷଧ

ସାଧାରଣ ଜନତାଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଆସନ୍ତା ଆର୍ଥିକ ବର୍ଷ (୨୦୨୬ ଏପ୍ରିଲ ୧) ଠାରୁ ଦେଶରେ ୧୦୦୦ରୁ ଅଧିକ ଜରୁରୀକାଳୀନ ଔଷଧର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏହି ଦର ବୃଦ୍ଧି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ୨୦୨୫ରେ WPI ରେ ୦.୬୪୯୫୬% ବୃଦ୍ଧି ଘଟିଛି, ଯାହା ଆଧାରରେ ଔଷଧ ଦାମ୍ ପ୍ରାୟ ୦.୬% ବଢ଼ିବ। ବିଶ୍ୱସ୍ତରୀୟ ସଂକଟ ଓ ଇରାନ-ଇସ୍ରାଏଲ୍ ଯୁଦ୍ଧ ଯୋଗୁଁ ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଦର ୩୦-୩୫% ବୃଦ୍ଧି ପାଇଛି। ପ୍ୟାକେଜିଂ ସାମଗ୍ରୀ ଏବଂ ଗ୍ଲିସେରିନ୍ ଦର ମଧ୍ୟ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ହୋଇଛି। ଯଦିଓ ୦.୬ ପ୍ରତିଶତ ବୃଦ୍ଧି ସାଧାରଣରେ କମ୍ ମନେହୁଏ, କିନ୍ତୁ କ୍ରୋନିକ୍ ରୋଗୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ।

ବିଶେଷ କରି ଯେଉଁମାନେ ନିୟମିତ ଭାବେ ମାସିକ ହଜାର ହଜାର ଟଙ୍କାର ଔଷଧ କିଣନ୍ତି, ସେମାନଙ୍କ ଘରୋଇ ବଜେଟ୍ ପ୍ରଭାବିତ ହେବ। ଏହା ବ୍ରାଣ୍ଡେଡ୍ ତୁଳନାରେ ଯଥେଷ୍ଟ କମ୍ ଦାମ୍‌ରେ ମିଳେ। ଏହାର ଗୁଣବତ୍ତା ଓ କାର୍ଯ୍ୟକାରିତା ବ୍ରାଣ୍ଡେଡ୍ ଔଷଧ ସହିତ ସମାନ। ଜନ ଅୌଷଧି କେନ୍ଦ୍ର ମାଧ୍ୟମରେ ସରକାର ଏହି ଶସ୍ତା ଔଷଧ ଯୋଗାଇ ଦେଉଛନ୍ତି।