ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା

ପାରାଦୀପ ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ସୂଚନାମିଳିଛି । ସକାଳ ସମୟରେ ଜଣେ ସ୍କୁଟି ଆରୋହୀ ଅଠରବାଙ୍କି ମେଡିକାଲକୁ ଯାଉଥିବା ବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଆରୋହୀ ତଳେ ପଡିଯାଇଥିବା ସମୟରେ ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ତେବେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରି ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛନ୍ତି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ନୟାଗଡ ଗଣିଆ ଥାନା ଅଞ୍ଚଳର କିଶୋର ଶିରୋମଣୀ ହୋଇଥିବା ବେଳେ ସେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।