କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଆଦିବାସୀ ଗ୍ରାମ ଦଲକୀ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ କୃଷି ଅଧିକାରୀ ମାନେ । ଅନେକ ସମୟରେ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନା ଆଦିବାସୀ ଭାଇ ଭଉଣୀ ମାନେ ଜାଣିପାରିନଥାନ୍ତି ସେଥିପାଇଁ ଆଦିବାସୀ ଗ୍ରାମରେ କୃଷି ବିଭାଗ ପକ୍ଷରୁ ଚାଷ କିପରି କରିବେ ,କେଉଁ କେଉଁ ଚାଷକରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ,ଆନନ୍ଦପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାସୁମ ମହାନ୍ତି , ମଣ୍ଡି ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ମିଶ୍ର, ପ୍ରାଣୀ ଚିକିତ୍ସକ ଡ଼. ଶିବ ପ୍ରସାଦ ନାୟକ, ଗ୍ରାମ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।