
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ଆଜି ବିଶାଖାପାଟଣାର ଡକ୍ଟର ୱାଏସ୍ ରାଜଶେଖର ରେଡ୍ଡୀ ଏସିଏ ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ | ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବକୁ ଯାଉଥିବା ବେଳେ ଟସ୍ ୬ଟା ୩୦ରେ ପଡ଼ିବର ଖବର ମିଳିଛି |
ପୂର୍ବରୁ ଖେଳାଯାଇଥିବା ତିନୋଟି ମ୍ୟାଚ୍ ଭାରତୀୟ ଦଳ ଜିତି ୩–୦ ରେ ଆଗରେ ରହିଛି | ଆଜିର ମ୍ୟାଚ୍ ଜିତି ଭାରତ ଶୃଙ୍ଖଳାକୁ ୪–୦ରେ ପୁରା ମ୍ୟାଚକୁ ଜିତିବା ଲକ୍ଷ୍ୟ ରଖିଛି | ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି | ମ୍ୟାଚ ଜିତିବା ପାଇଁ ନ୍ୟୁଜିଲାଣ୍ଡ ବହୁତ ଚାପରେ ରହିଛି | ଭାରତୀୟ ଦଳରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଛି | ବିଶେଷକରି ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଜଣାପଡିଛି |
ଭିସାଖାପାଟଣା ପିଚ୍ ସାଧାରଣତଃ ବ୍ୟାଟ୍ସମ୍ୟାନ୍ମାନଙ୍କ ପାଇଁ ସହଜ ହୋଇଥାଏ | ଏହି ପିଚରେ ଅନେକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଛି | ଏଥିପାଇଁ ଆଜିର ମ୍ୟାଚ୍ରେ ମଧ୍ୟ ରନ୍ ବର୍ଷା ହେବାର ଆଶା କରାଯାଉଛି |କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଜିର ସନ୍ଧ୍ୟା ରୋମାଞ୍ଚକର ହେବା ନିଶ୍ଚିତ |