ଆକାଶମାର୍ଗରୁ ଗଳି ପଡିଲା ବିମାନ !

ରାଉରକେଲା ବିମାନ ଦୁର୍ଘଟଣାକୁ ନେଇ ଆକ୍ସନ ମୋଡ଼ ରେ ସରକାର ,ହଠାତ ଆକାଶ ମାର୍ଗରୁ କେମିତି ଭାରସାମ୍ୟ ହରାଇ ତଳକୁ ଖସିଲା ବିମାନ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚା ଆଲୋଚନା | ବିମାନ ଯଦି ପୂର୍ବରୁ ସବୁ ଠିକ ଠାକଥିଲା ତେବେ ଏହି ବିମାନକୁ ଫୋର୍ସ ଲଣ୍ଡିଙ୍ଗିନ କରିବାକୁ ପଡିଲା କାହିଁକି | ଅବତାରଣା ପୂର୍ବରୁ କାହିଁକି ଦେଖା ଦେଲା ଏତେ ବଡ ତ୍ରୁଟି | ବିମାନରେ ବସିଥିଲା କ୍ରିୟୁ ମେମ୍ବର ନା ପାଇଲଟ ଙ୍କ ଭୁଲ ଯୋଗୁଁ ଏଭଳି ଘଟିଛି ତାହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ କରିଛନ୍ତି ସରକାର | ଗତ କଲି ରାଉରକେଲା ଅଂଚଳରେ ଦିନ ୧.୩୦ ମିନିଟ ରେ ଘଟିଥିବା ଚାଟାର୍ଡ ଫ୍ଲାଇଟ ଦୁର୍ଘଟଣା କେଇ ମୁହୁର୍ତରେ ସାରା ଦେଶରେ ଚହଳ ପକାଇ ଦେଇଥିଲା | ମାତ୍ର ଭଗବାନ ଙ୍କ କୃପାରୁ ବିମାନରେ ବସିଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବର ସୁରକ୍ଷିତ ଥିବା ବେଳେ ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସାରକରାଇ ମେଡିକାଲରେ ଭର୍ତି କରାଯାଇଥିଲା , ହେଲେ ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି , ତେବେ ଦରକାର ପଡିଲେ ଗୁରୁତର ଆହତଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି | ତେବେ ଏହି ଘଟଣାରେ ଏବେ ରାଜ୍ୟ ସରକାରଙ୍କ ତରଫରୁ ତଦନ୍ତ ଆରମ୍ଭ କରାଯିବା ସହ ଘଟଣାସ୍ଥଳକୁ ଯାଇଛନ୍ତି ବଡ ବଡ ସରକାରୀ ଅଧିକାରୀ |

ରାଉଲକେଲା ଚାର୍ଟର ବିମାନ ଦୁର୍ଘଟଣା ପରେ ପରିବହନ ସଚିବ ଉଷା ପାଢ଼ୀ ଦୁର୍ଘଟଣା ପହଞ୍ଚି ପରିସ୍ଥିତର ତଦାରଖ କରିଛନ୍ତି | ସେ ବରିଷ୍ଠ ପ୍ରଶାସନିକ ଓ ବିମାନବନ୍ଦର ଅଧିକାରୀମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କିତ ପ୍ରାଥମିକ ତଥ୍ୟ ସଂଗ୍ରହ କରିଛନ୍ତି | ଚାର୍ଟର ବିମାନ ଦୁର୍ଘଟଣା କିପରି ଘଟିଲା ଓ କଣ ପାଇଁ ବିମାନଟିକୁ ଫୋର୍ସ ଲ୍ୟାଣ୍ଡିଂ କରିବାକୁ ପଡିଲା , ସେସବୁ ଉପରେ ଟିକିନଖି ତଦନ୍ତ କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଓ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) କୁ ଦାୟିତ୍ୱ ଦିଆଯାଇଛି। ତାହା ସହ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଓ ଚିକିତ୍ସା ନିରୀକ୍ଷଣ ପାଇଁ ଭୁବନେଶ୍ୱରରୁ ଦୁଇଜଣିଆ ଡାକ୍ତରୀ ଟିମ୍‌ ରାଉରକେଲାରେ ପହଞ୍ଚିଛନ୍ତି। ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ୯ -ସିଟ୍ ବିଶିଷ୍ଟ ‘ଇଣ୍ଡିଆ ଓ୍ୱାନ ଏୟାର’ର ଏକ ବିମାନ ଉଡାଣ ଭରିଥିଲା | କିନ୍ତୁ ଯାନ୍ତ୍ରିକ ତୁଟି ପାଇଁ ରାଉରକେଲାଠାରୁ ପ୍ରାୟ ୧୦ ରୁ ୧୫ କିଲୋମିଟର ଦୂର ଜଳଦ ନିକଟ ଏକ ପଡିଆରେ ଲାଣ୍ଡିଂ କରାଇଥିଲେ ମୁଖ୍ୟ ପାଇଲଟ | ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବାବେଳେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ , ତାଙ୍କୁ ICUରେ ରଖାଯାଇଛି । ତଦନ୍ତ ଦଳ ଏବଂ ବରିଷ୍ଠ ଡାକ୍ତରମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି । ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାଉରକେଲାରେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରୁଛନ୍ତି।