ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି

ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ । ଫଳରେ ଲଗାଣ ବର୍ଷାରେ ବେହାଲ ବାଲେଶ୍ବର । ଗତ ରାତିଠାରୁ ବାଲେଶ୍ୱରରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷାର ମାତ୍ରା ଅଧିକ ଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ସାଧାରଣ ଲୋକେ ଯିବା ଆସିବାରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ।କାରଣ ସହରର ପ୍ରମୁଖ ରାସ୍ତା ଉପରେ ପାଣି ଢେଉ ମାରୁଛି । ଆଉ ବାଲେଶ୍ୱର ସହରର ପ୍ରମୁଖ ଫକୀର ମୋହନ ଗୋଲେଇ ଛକରେ ଅବସ୍ଥା କହିଲେ ନସରେ । ଗୋଲେଇର ଚାରିକଡ଼େ ପାଣି ସୁଅ ମାରୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଫଲରେ ଯାତାୟତ ଏକ ପ୍ରକାର ପ୍ରଭାବିତ ହୋଇଛି ।ଦୋକାନ ଗୁଡିକରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *