ଅନଲାଇନ ପ୍ରେମର ଏକ ଅଭାବନୀୟ ଦୃଶ୍ୟ କୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ବେକ କଟିଦେଲେ ଯୁବକ । ମୋବାଇଲ ରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଉଭୟ କଥା ହେଉଥିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଯୁବକ ଜଣଙ୍କ କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଦେଇଥିଲେ ।
ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକ ଜଣଙ୍କୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି । ଯୁବକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।