ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରେ ଝୁଲିଛି ଅଜଣା ମୃତଦେହ | ରାୟଗଡା ଜିଲ୍ଲା କାଶିପୁର ବ୍ଲକ ନିକଟ ଏକ ନିର୍ଜନ ବିଲ ଜମିରେ ଥିବା ଆମ୍ବ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି |

ଥାନାର ଦୁଇଜଣ କନେଷ୍ଟ ବଳ, ଗାଁର ସରପଞ୍ଚ ମସ୍ତରାମ ମାଝୀ ଉପସ୍ଥିତ ରହି ଝୁଲିଥିବା ଶବକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକଙ୍କର କୌଣସି ପରିଚୟ ମିଳି ପାରିନାହିଁ | ମୁତଦେହ ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଛି |

ଉକ୍ତ ବିଲକୁ ଆମ୍ବୁଲାନ୍ସ ସେବା ପହଞ୍ଚି ନ ପାରିବାରୁ ପୋଲିସଙ୍କ ଦ୍ବାରା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ମର ଶରୀରକୁ ଅଣାଯାଇଥିଲା | ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି |