ପଶ୍ଚିମ ଆଫ୍ରିକାରେ ପ୍ରାୟ ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ନାଇଜର ଗୁରୁବାର ହଠାତ ଚର୍ଚ୍ଚାରେ ଆସିଯାଇଛି। ନାଇଜରରେ ସେନା ଅଧିକାରୀ କ୍ଷମତା ଦଖଲ କରିଥିବା ନେଇ ଦାବି କରିଛନ୍ତି। ଅଙ୍ଗରକ୍ଷକମାନେ ହିଁ ରାଷ୍ଟ୍ରପତି ମହମ୍ମଦ ବେଜୋମଙ୍କୁ ବନ୍ଦୀ କରିଛନ୍ତି ଓ ଦେଶରେ ସାମରିକ ଶାସନର ଘୋଷଣା କରିଛନ୍ତି। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାଠାରୁ ନେଇ ଜାତିସଂଘ ପର୍ଯ୍ୟନ୍ତ ସମସ୍ତେ ଏବେ ନାଇଜର ରାଷ୍ଟ୍ରପତିଙ୍କୁ ସମର୍ଥନ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବେଜୋମଙ୍କ ଅଙ୍ଗରକ୍ଷକ ହିଁ ରାଷ୍ଟ୍ରପତି ଭବନରେ ତାଙ୍କୁ ଓ ତାଙ୍କର ପରିବାରକୁ ବନ୍ଦୀ କରାଯାଇଥିଲା।
ଏପରିକି ଭବନ ପର୍ଯ୍ୟନ୍ତ ଯିବା ଆସିବା କରିବାର ରାସ୍ତାକୁ ବନ୍ଦ କରିଦିଆଯାଇଛି, ଆଖପାଖରେ ଯେଉଁ ସମର୍ଥକ ଏକାଠି ହେଉଛନ୍ତି ତାଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଇଛି। କମାଣ୍ଡର ଏମଦୋଉ ଏବ୍ରାମ୍ୟାନ୍ ଟିଭିକୁ ଲାଇଭ ଆସି ଦେଶରେ କ୍ଷମତା ଦଖଲ ହୋଇଥିବା ନେଇ ଘୋଷଣା କରିଛନ୍ତି, ତାଙ୍କ ସହିତ ୟୁନିଫର୍ମରେ ଥିବା ଅନେକ ଅଧିକାରୀ ଥିଲା ଯେଉଁମାନେ ଦେଶରେ ସାମରିକ ଶାସନ ନେଇ ଘୋଷଣା କରିଥିଲେ। ସେମାନେ କହିଥିଲେ ବର୍ତ୍ତମାନର ସରକାରକୁ ହଟାଇ ଦେଉଛି ଓ ଏବେ ପୁରା ଶାସନ ଆମ ଅଣ୍ଡରରେ ରହିଛି।
ଦେଶରେ ସରକାରମାନେ ସ୍ଥିତିକୁ ଖୁବ୍ ଖରାପ କରିଦେଇଥାଏ, ଏହି କାରଣରୁ ସବୁ ଜିନିଷକୁ ହାତକୁ ନେବା ଦରକାର ଥିଲା। ଉଲ୍ଲେଖନୀୟ ଯେ, ୨୦୨୦ ରୁ ଏପର୍ଯ୍ୟନ୍ତ ଆଫ୍ରିକୀୟ ଦେଶ ଗୁଡିକରେ ପ୍ରାୟ ୭ ଥର କ୍ଷମତା ଦଖଲ ହୋଇସାରିଛି ଓ ନାଇଜର ମଧ୍ୟ ଏବେ ଲିଷ୍ଟରେ ସାମିଲ ହୋଇ ସାରିଛି। ସ୍ଥାନୀୟ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ମହମ୍ମଦ ବେଜୋମ ନିଜ ସାମରିକ କାଳରେ ନାଇଜରରେ ଅଲକାଏଦା ଓ ଏ ସମ୍ପର୍କିତ ସଂଗଠନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ପରେ ସେ ଟାର୍ଗେଟରେ ଥିଲେ।