କାର୍ଯ୍ୟାନୁଷ୍ଠାନ ଶୂନ,କାହା ଚାପରେ ଚେପା ପୋଲିସ ବାବୁ ?

ମାମଲା ରୁଜୁକୁ ବିତିଲାଣି ୭ଦିନ, ହାତବାନ୍ଧି ବସିଛି ପୋଲିସ । ଠିକାଦାରଙ୍କ ଚାପରେ ଚେପା ହୋଇ ବସିଛନ୍ତି ସାଲେପୁର ଥାନା ଅଧୀନସ୍ଥ ଜବକୁଦ ଫାଣ୍ଡି ଅଧିକାରି। ଫାଣ୍ଡିରୁ ଥାନା ଥାନାରୁ SDPO ଅଫିସ ଏମିତି ୧ମାସ ହବ ଦୌଡ଼ି ଦୌଡି ନିରାଶ ହୋଇ ଫେରିବାକୁ ପଡିଛି ଝୁନିଲତା ପରିବାର ଲୋକଙ୍କୁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ପରିବାର ।

ସୂଚନା ଅନୁସାରେ, କଟକ ଜିଲ୍ଲା ସାଲେପୁର ଥାନା ଜବକୁଦ ଫାଣ୍ଡି ଅଧୀନସ୍ଥ ରାମେଶ୍ୱର ପଞ୍ଚାୟତ ଉଚଢ଼ୀଅ ଗ୍ରାମର ବିପିନ ବିହାରୀ ସେଠିଙ୍କ ବଡପୁଅ ଅନନ୍ତ ନିଜ ଭାଇ ବୋହୁ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଝୁନିଲତାଙ୍କ ସମେତ ନିଜ ବାପା ବିପିନଙ୍କୁ ଦୀର୍ଘଦିନ ହେବ ମରଣାତ୍ମକ ଆକ୍ରମଣ ସହିତ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରିଆସୁଥିଲେ । କେତେବେଳେ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରୁଥିଲେ ତ ଆଉ କେତେବେଳେ ସିସିଟିଭି କ୍ୟାମେରା ଭାଙ୍ଗିବା ସହିତ ନିଜ ବାପାକୁ କରୁଥିଲେ ଆକ୍ରମଣ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିଲା।

ପୂର୍ବରୁ ଆକ୍ରମଣର ଶିକାର ହୋଇଥିବାର ଅଭିଯୋଗ ନେଇ ଗତ ୧୦ ତାରିଖ ଦିନ ସାଲେପୁର ଥାନାକୁ ଯାଇଥିବା ବେଳେ ଏପଟେ ଘରେ ଦେଢ଼ସୁର ରଚିଥିଲା ଜୀବନରୁ ମାରିଦେବାର ସାଙ୍ଘାତିକ ଷଡଯନ୍ତ୍ର । ପାଣିଟାଙ୍କିରେ ମିଶେଇଥିଲା ମଣିଷ ମରା ବିଷ । ଖାଲି ସେତିକି ନୁହେଁ ଏହାର ପ୍ରମାଣ ନଷ୍ଟ କରିବାକୁ ସିସିଟିଭିକୁ ବି ମଧ୍ୟ ଭାଙ୍ଗିଦେଇଥିଲା ଦବଙ୍ଗ୍ ଦେଢ଼ସୁର। ଯାହାକୁ ନେଇ ଗତ ୧୧ତାରିଖ ଦିନ ଜବକୁଦ୍ ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ ବିପିନ ବିହାରୀ ସେଠୀଙ୍କ ସାନ ପୁଅ କୃଷ୍ଣ ଚନ୍ଦ୍ର ସେଠୀ। ପୂର୍ବରୁ ବଡପୁଅ ଅନନ୍ତ ଚରଣ ସେଠି ବିଭିନ ପ୍ରକାର କାଣ୍ଡ ଭିଆଇଥିବାବେଳେ ଅନେକ ମାମଲା ରୁଜୁ ପରେ ବି କାହିଁକି ଚୁପ ବସିଛନ୍ତି ଫାଣ୍ଡି ଅଧିକାରୀ ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ।

ସେପଟେ ସାଲେପୁରର SDPO ବିରଞ୍ଚି ନାରାୟଣ ପତି ଏହାର ତଦନ୍ତ କରି ନ୍ୟାୟ ଦେବା ପାଇଁ ଫାଣ୍ଡି ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ବେଳେ ନ୍ୟାୟର ବାଟ ଭୁଲି ଯାଇଛନ୍ତି ଫାଣ୍ଡିଅଧିକାରି ।