ଡମ୍ଫର ଧକ୍କାରେ ଯୁବକଙ୍କ ମୃତ , ଡ୍ରାଇଭର ଫେରାର

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଗାତେରୀ ପଂଚାୟତର ଡମୁଣୀ ଛକ ନିକଟରେ ବାଲି ବୋଝେଇ ଡମ୍ଫର ଧକ୍କାରେ ଯୁବକଙ୍କ ମୃତ।ମୃତକ ହେଲେ ଭାଲିଆ ପଦର ଗ୍ରାମର ରବି ନାୟକ । ସୁଚନା ଅନୁୟାୟୀ ଆଜି ସକାଳେ ରବି ନାୟକ କାମ କରିବା ପାଇଁ ଘରୁ ବାହାରି ଗାତେରୀ ଛକକୁ ଯାଉଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଗାଡି ଧକ୍କା ଦେଇଥିଲା ।ଫଲରେ ଘଟଣା ସ୍ଥଳରେ ରହିଙ୍କର ମୃତ୍ୟୁ ହୋଇଥିଲା । ତେବ ଡମ୍ଫର ଡ୍ରାଇଭର ଗାଡ଼ି ଧରି ଚାଲି ଯାଇଥବା ବେଳେ ବାହାଡ଼ା ଝୋଲା ପଞ୍ଚାୟତର ଦଳେଇଭାଗ ଛକଠାରେ ସ୍ଥାନୀୟ ଲୋକ ଅଟକାଇଥିବା ବେଳେ ଗାଡିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା କିନ୍ତୁ ହେଲପରକୁ ଗ୍ରାମବାସୀ ଅଟକ ରଖିଥିଲେ। ପରେ ନୂଆଗାଁ ଥାନା କୁ ହସ୍ତାନ୍ତର କରିଛନ୍ତି।ରାସ୍ତା ଉପରେ ଦୀର୍ଘ ଚାରିଘଣ୍ଟା ରବିଙ୍କ ମୃତ୍ୟୁ ଦେହ ପଡିରହିବା ସହିତ ମହିପୁରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ବନ୍ଦ ରଖିଥିଲେ ଗ୍ରାମବାସୀ। ସ୍ଥାନୀୟ ରେଭିନୁ ଓ ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହିତ ଆର୍ଥିକ ସହାୟତା (୧୦୦୦୦) ଦଶହଜାର ସହାୟତା ଯୋଗାଇ ଦେଇଥିଲେ ଓ ଆଗାମୀ ଦିନରେ ପ୍ରଶାସନ ତରଫରୁ ଦୁର୍ଘଟଣା ଜନିତ ସହାୟତା ଯୋଗାଇ ଦିଆଯିବ ପାଇଁ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲେ ଲୋକେ । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *