ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ୍ ଗଳିରେ ଥିବା ଗୋଟିଏ ଘରୁ ଜଣେ ଝିଅର ଅତି ବିଭତ୍ସ ମୃତଦେହ ମିଳିଛି । ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରୁ ଆସି ଭଡାରେ ରହୁଥିବା ରବୀନ୍ଦ୍ର ବେହେରା ନିଜ ସ୍ତ୍ରୀଙ୍କ ସହ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରି ପରିବାର ଚଳାନ୍ତି । ଗତକାଲି ମଧ୍ୟ ଦୁହେଁ ଛତୁ ବିକିବାକୁ ଯାଇଥିଲେ । ବଡ଼ ଝିଅ ମନୋରମା ଘରେ ଏକା ଥିଲେ ।

ଦିନ ୧୧ଟା ସମୟରେ ମନୋରମା ବଜାରରୁ ଚାଉଳ ଆଉ ଚିକେନ ନେଇ ଘରକୁ ଫେରିଥିଲେ । ଏହାପରେ ବାପା ଓ ମାକୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ୱି-ପହର ସମୟରେ ସାନ ଝିଅ କଲେଜରୁ ଆସି ଦେଖିଲା ବେଳକୁ ସାମ୍ନା ପଟ ଗେଟରେ ତାଲା ପଡିଛି ।

ପରେ କବାଟ ଖୋଲିଲା ବେଳକୁ ଘର ଭିତରେ ବଡ ଝିଅ ମନୋରମାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି । ଏହାପରେ ସେ ପାଟି କରି ଡାକିବାରୁ ସ୍ଥାନୀୟ ଲୋକେ ଆସି ଗେଟର ତାଲା କାଟିଥିଲେ । ଏହାପରେ ଘରେ ଆସି ପହଞ୍ଚିଥିଲେ ରବୀନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ।

Leave a Reply

Your email address will not be published. Required fields are marked *