ଟ୍ରାକ୍ଟର ଓଲଟି ଯୁବଚାଷୀ ମୃତ୍ୟୁ

ବିଲରେ ଚାଲିଗଲା ଜୀବନ। ଚାଷ କରୁଥିବା ବେଳେ ଚାଳକ ମୃତ । ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ତାରାସିଙ୍ଗି ଥାନା ଅଧୀନ ନୂଆ ଟାଙ୍ଗଣ ଗ୍ରାମରେ। ବିଲରେ ଚାଷ କରୁଥିବା ବେଳେ ଓଲଟି ପଡ଼ିଥିଲା ଟ୍ରାକ୍ଟର ।

ଖବର ଅନୁଯାୟୀ ତାରାସିଙ୍ଗି ଗ୍ରାମର ମିଟୁ ପାତ୍ର(୪୦) ସନ୍ଧ୍ୟା ୦୬ ଟାରେ ବୋଇତା ଅଞ୍ଚଳରେ ଚାଷ କରୁଥିବା ବେଳେ, କୌଣସି କାରଣରୁ ଚଳାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଫଳରେ ମିଟୁ ଶ୍ୱାସରୁଦ୍ଧ ହୋଇ ଚାପି ହୋଇଯାଇଥିଲେ ।

ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇଥିଲେ ପରେ ଖବର ପାଇ ତାରାସୀଙ୍ଗୀ ପୋଲିସ୍ ଏବଂ ଭଞ୍ଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଲ ମଝିରୁ ଟ୍ରାକ୍ଟର ସହ ଚାଳକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ

ମିଟୁ ଜଣେ ଭଲ ବ୍ୟକ୍ତି ସହ ପରୋପକାରୀ ଓ ମେଳାପି ହୋଇଥିବାରୁ ତାଙ୍କ ଦେହାନ୍ତ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।