ସୁବର୍ଣ୍ଣପୁରରେ ଅସୁରକ୍ଷିତ ଜଙ୍ଗଲ

ଆଜି ବିଶ୍ବ ପରିବେଶ ଦିବସ ପରିବେଶ ଏବଂ ଏହାର ଉପାଦାନକୁ ସୁରକ୍ଷିତ ରଖିବାକୁ ବିଶ୍ବବାସୀ ଶପଥ ନେବେ। ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ଯୋଜନା ଘୋଷଣା ହୋଇପାରେ I ସୁବର୍ଣ୍ଣପୁର ଜିଲ୍ଲାରେ ଜଙ୍ଗଲର ସମ୍ଭାର ରହିଛି। ଅଧିକାଂଶ ବ୍ଳକ୍ ବଣଜଙ୍ଗଲଘେରା | ହେଲେ, ସବୁଠି ନିୟମିତ ବିଭିନ୍ନ ଆଳରେ ଜଙ୍ଗଲ କଟୁଛି। ଚୋରା କୋଇଲା ପାଇଁ ହେଉ କି ଜାଳେଣି ପାଇଁ, ଆସବାବପତ୍ର ହେଉ କି ଚୋରାଚାଲାଣ ପାଇଁ, ଶହଶହ ହେକ୍ଟର ଜଙ୍ଗଲ କାଟି ପଦା କରି ଦିଆଯାଉଛି।

ଏନେଇ ପରିବେଶବିତ୍ ମଧ୍ୟ ଚିନ୍ତିତା ରାସ୍ତାଘାଟ କିମ୍ବା ବିଭିନ୍ନ ପ୍ରକଳ୍ପ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଜଙ୍ଗଲ କଟୁଛି। ଅଥଚ ସରକାରୀ ଖାତାରେ ଜଙ୍ଗଲ ସ୍ଥିର ଥିବା ଦର୍ଶାଯାଇଛି | ଖରା ମାସ ଆସିବା କ୍ଷଣି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ଏହି ଅଗ୍ନିକାଣ୍ଡର ୬୦ ପ୍ରତିଶତ ହେଲା ମଣିଷକୃତ । ଜଙ୍ଗଲ ପୋଡ଼ି ଯୋଗୁଁ ଜିଲ୍ଲାର
ବ୍ୟାପକ ସବୁଜିମା ନଷ୍ଟ ହେଉଛି।