ଚୀନକୁ ହରାଇ ଗୁକେଶ ହେଲେ ସର୍ବକନିଷ୍ଠ ଚମ୍ପିୟାନ

ବିଶ୍ବ ବିଜେତା ସାଜିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ । ସବୁ ଆଲୋଚନାର ଅନ୍ତ ଘଟାଇ ଶେଷରେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି ।

ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ।ମୁଁ ନିଜ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି । ଏହି ମୂହୁର୍ତ୍ତ ପାଇଁ ମୁଁ ୧୦ ବର୍ଷ ହେଲା ସ୍ୱପ୍ନ ଦେଖିଆସୁଛି । ବିଜୟ ପରେ ଭାବବିହ୍ୱଳ ହୋଇପଡିଥିଲେ ଗୁକେଶ । ଏହି ଅବସରରେ ସେ କହିଛନ୍ତି, “ମୁଁ ଭାବବିହ୍ୱଳ ହୋଇପଡିଲି କାରଣ ମୋତେ ସେହି ସ୍ଥିତିରେ ଜିତିବାର ଆଶା ନଥିଲା, ଲିରେନ ମ୍ୟାଚ ଡ୍ର ରଖିବାକୁ ଚାହୁଁଥିଲେ, ଫଳରେ ମୋତେ ଆକ୍ରମଣାତ୍ମକ ଖେଳିବା ପାଇଁ ସୁଯୋଗ ପ୍ରଦାନ କଲା । ସାମାନ୍ୟ ଭୁଲ ମ୍ୟାଚକୁ ଅନ୍ୟ ପକ୍ଷରେ ନେଇ ଯାଇଥାନ୍ତା । ମୁଁ ଭାଗ୍ୟବାନ ଥିଲି ବୋଲି ମଧ୍ୟ ସେ କହିଛନ୍ତି ।। ତେବେ ଏହି ବିଶ୍ବ ବିଜୟ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ଏବଂ ଟ୍ୱିଟ କରି ସେ ଲେଖିଛନ୍ତି,” ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଗୁକେଶଙ୍କୁ ଅଭିନନ୍ଦନ । ଏହି ସଫଳତା ତାଙ୍କର ଅପୂର୍ବ ପ୍ରତିଭା, କଠିନ ପରିଶ୍ରମ ଏବଂ ଅଦମ୍ୟ ନିଷ୍ଠାର ଫଳାଫଳ । ତାଙ୍କର ବିଜୟ କେବଳ ଚେସ ଇତିହାସରେ ତାଙ୍କ ନାମକୁ ସ୍ଥାନିତ କରିନାହିଁ ବରଂ ଲକ୍ଷ ଲକ୍ଷ ଯୁବକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉତ୍କର୍ଷତା ପାଇଁ ପ୍ରେରଣା ଦେଇଛି ।” ତେବେ ଏହି ଐତିହାସିକ ବିଜୟ ପରେ ତାଙ୍କୁ ଭାରତର junior ବିଶ୍ଵନାଥ ଆନନ୍ଦ ରୂପେ ବିବେଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *