
ମଦ ପିଇବାକୁ ହଙ୍କ ହଙ୍କ ମହିଳା, ଢକ ଢକ କରି ପିଇଯାଉଛନ୍ତି ମଦ, ଯେମିତି ଅମୃତ ହିଁ ଝରିପଡୁଛି, ହଁ ଆଜ୍ଞା, ଆଗରୁ ଘରେ ପିଉଥିଲେ, ଏବେ ରାସ୍ତାଘାଟରେ ଅନ୍ଧାର ରାତିରେ, ତାହା ପୁଣି ଅନ୍ୟ ପୁରୁଷ ସହ ବସି ପେଗ ପରେ ପେଗ ପିଇଯାଉଛନ୍ତି |ଯୁବକଙ୍କ ସହ ନିଶାରେ ବୁଡ଼ିଥିବା ମହିଳାଙ୍କର ସମ୍ପର୍କ କ’ଣ ? ଏ ବିଷୟରେ ଗ୍ରାମବାସୀ ପଚାରିବାରୁ ଚିହିଁକି ଉଠି ଯୁବକ କହିଥିଲେ ଏ ମୋ ସ୍ତ୍ରୀ, କିନ୍ତୁ ଗାଁ ଲୋକେ କହିଥିଲେ, ତୁମ ସ୍ତ୍ରୀ ଯଦି ଘରେ ବସି କିମ୍ବା କେଉଁ ହୋଟେଲରେ ପିଇଲନି ଅନ୍ୟ ଗାଁରେ ଆସି କାହିଁକି ପିଉଛ | ଦର୍ଶକବନ୍ଧୁ, ବାଲେଶ୍ବର ଜିଲ୍ଲା ବାଲିଆପାଳରୁ ଆସିଛି ଏଭଳି ଦୃଶ୍ୟ, ସର୍ବସଧରଣ ସ୍ଥାନରେ ମଦ ପିଇବାକୁ ବିରୋଧ କରୁଥିବା ଲୋକଙ୍କୁ ମଦ ପିଉଥିବା ମହିଳା ଜଣକ କହୁଛନ୍ତି ‘ଆମ ଇଚ୍ଛା, ଆମେ ଯୋଉଠି ପିଇଲେ ତୁମର କଣ ଗଲା, ଥରେ ଶୁଣନ୍ତୁ କଣ କହୁଛନ୍ତି ନିଶାରେ ଉବୁଟୁବୁ ମହିଳା

ଶୁଣିଲେ ତ, ବିରୋଧ କରୁଥିବା ଗାଁ ଲୋକଙ୍କୁ କେମିତି ନାଲିଆଖି ଦେଖାଉଛନ୍ତି ନିଶାଗ୍ରସ୍ତ ମହିଳା ଜଣକ, ନା ଅଛି ଭୟ ନା ଡର, ଖୋଲାମ ଖୋଲା ପବ୍ଲିକ ପ୍ଲେସରେ ମହିଳା ଓ ଯୁବକ ଜଣକ ମିଶି ଗଡାଇ ଚାଲିଛନ୍ତି ପେଗ ପରେ ପେଗ | ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏଭଳି କାର୍ଯକୁ ଘୋର ନିନ୍ଦା କରାଯାଇଛି |

ସୂଚନା ଅନୁସରେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଏହି ଯୁବକ ବୋଲି ଜଣାପଡିଛି | ରାତି ଅଧରେ ମହିଳାଙ୍କ ସହିତ କଣ ଚାଲିଥିଲା | ବାସ୍ତବରେ ଏହି ଯୁବକ ଏବଂ ମହିଳା ଉଭୟେ ସ୍ବାମୀ ସ୍ତ୍ରୀ ନା ଅନ୍ୟ କିଛି | ଏଭଳି ଅସାମାଜିକଙ୍କ ପାଇଁ ସମାଜ କଳଙ୍କିତ ହେବାକୁ ବସିଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି |