
କେନ୍ଦ୍ରାପଡା ପାଟକୁରା କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ମଙ୍ଗଳବାର ନୂଆ ଓ “ମୋ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଘଟିଛି ବିରାଟ ବିଭ୍ରାଟ। ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ଉପସ୍ଥିତିରେ ହୋଇଛି ଅଣ୍ଡାମାଡ। ଏକାଧିକ ଅଣ୍ଡାମାଡର ଛାପ ଷ୍ଟେଜର ଚତୁର୍ପାର୍ଶ୍ବର ଓ କିଛି ଉପସ୍ଥିତ ବ୍ୟକ୍ତିଙ୍କ ଦେହରେଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ। ସେପଟେ ଏହା ପଛରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଅଣ୍ଡାମାଡର ଶିକାର ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ। ମଙ୍ଗଳବାର ଦିନ କଲେଜରେ ଚାଲିଥିଲା ଉଦଯାପନୀ ଉତ୍ସବ।
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟିକାଙ୍କ ପୁଅ ଓ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ। ମଞ୍ଚରେ ଅତିଥିଗଣ ନିଜ ନିଜର ଅଭିଭାଷଣ ଦେଉଥିବା ବେଳେ କେହି ଦୁର୍ବୃତ୍ତ କଲେଜ କ୍ୟାମ୍ପସରେ ପଶି ଦର୍ଶକ ଗ୍ୟାଲେରୀକୁ ଅଣ୍ଡା ମାଡ଼ କରିଥିଲେ। କିଛି ଅଣ୍ଡା ଏକାଧିକ ଛାତ୍ରୀଙ୍କ ଦେହରେ ବାଜିଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ହେବାକୁ ଆସିଥିବା ସ୍ଥାନୀୟ ଅଞ୍ଚଳର ପରିବେଶବିତ୍ ତଥା ସମାଜସେବୀ ଉଦୟ ନାଥ ଚୌଧୁରୀ ମଧ୍ୟ ଅଣ୍ଡା ମାଡର ଶିକାର ହୋଇଥିଲେ। ତାଙ୍କ ପିଠିରେ ହୋଇଥିଲା ଅଣ୍ଡାମାଡ। ହେଲେ କାର୍ଯ୍ୟକ୍ରମ ଆଗେଇ ଚାଲିଥିଲା। ଏଥିରେ କ୍ଷୁବ୍ଧ ହୋଇ ଏହି ଅଣ୍ଡାମାଡ ମନ୍ତ୍ରୀ ନାୟକଙ୍କ ଇଙ୍ଗିତରେ ହୋଇଥିବା କହିଥିଲେ ଉଦୟନାଥ
ଅନ୍ୟପଟେ ଏହାକୁ ବିରୋଧୀଙ୍କ ଚକ୍ରାନ୍ତ ବା ଛାତ୍ର ଅସନ୍ତୋଷର ପ୍ରତିଫଳନ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନକରିବାରୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ଏହାକୁ ଖଣ୍ଡନ କରିଥିଲେ। ସଞ୍ଜୟ ଗଣମାଧ୍ୟମ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ପାଲଟା କେଉଁଠି ଅଣ୍ଡାମାଡ ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ। ସେହିପରି ଖବର ପାଇ କୁଦାନଗରୀ ଥାନା ପୋଲିସ କିଛି ଜାଣି ନ ଥିବା କହିବା ସହ ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ।
ତେବେ କଲେଜ କାର୍ଯ୍ୟକ୍ରମରେ ଅଣ୍ଡାମାଡ ଘଟଣାକୁ ନେଇ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ପୂର୍ବତନ ବିଧାୟକ ବେଦପ୍ରକାଶଙ୍କ ଜନ୍ମ ବାର୍ଷିକ ପାଳନ ଅବସରରେ ପୁଅ ଓ ଝିଅଙ୍କ କ୍ଷମତା ପାଇଁ କଳି ଦାଣ୍ଡରେ ପଡି ହାଟରେ ଗଡଗଡେଇଥିଲା। ତେଣୁ ଭଉଣୀଙ୍କ ହାତ ଅଣ୍ଡାମାଡ ଘଟଣା ପଛରେ ଥାଇପାରେ ବୋଲି ଅନେକ କହୁଛନ୍ତି। ସେହିପରି ମନ୍ତ୍ରୀ ନାୟକ ପାଟକୁରାରେ ନିଜ ଭାଇଙ୍କୁ ଆଗାମୀ ନିର୍ବାଚନରେ ମୈଦାନକୁ ଓହ୍ଲାଇବାକୁ ଲବି ଚଳାଇଥିବାରୁ ସଞ୍ଜୟଙ୍କ ଆଧିପତ୍ୟ ତାଙ୍କୁ ଅସହ୍ୟ ହେଉଛି ଓ ସେ ଏପରି କରାଇଥାଇ ପାରନ୍ତି ବୋଲି କୁହାଯାଉ। କାରଣ ଯାହା ହେଉନା କାହିଁକି, ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି
Your article helped me a lot, is there any more related content? Thanks!
Can you be more specific about the content of your article? After reading it, I still have some doubts. Hope you can help me.