ବଡ଼ ମାଛ ଭାବି ଜାଲକୁ ଟାଣିବାବେଳେ ବାହାରିଲା ମଣିଷ ଶବ

ସମୁଦ୍ରରେ ଜାଲ ପକାଉଥିବା ବେଳେ ଜାଲରେ ପଡିଲା ଅଜଣା ବ୍ୟକ୍ତିର ଶବ। ଜଟାଧାର ମୁହାଁଣ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମତ୍ସ୍ୟଜୀବୀଙ୍କ ସୂଚନା ଅନୁଯାଇ, କିଛି ମତ୍ସ୍ୟଜୀବୀ ଜଟାଧାର ମୁହାଁଣ ଭୋସକାଲିସ ପଏଣ୍ଟ ନିକଟରେ ଜାଲ ପକାଉଥିଲେ। ଜାଲଟି ଭାରି ଲାଗିବା ସହିତ, ଜାଲ କୂଳକୁ ଟାଣି ହୋଇନଥିଲା। ଫଳରେ ବଡ ମାଛ ପଡିଛି ଭାବି ତିନିଜଣ ମତ୍ସ୍ୟଜୀବୀ ଜାଲକୁ କୂଳକୁ ଟାଣିଥିଲେ। ବଡମାଛ କାଳେ ଜାଲରୁ ଖସିଯିବ ଭାବି ଦୁଇଜଣ ମତ୍ସ୍ୟଜୀବୀ ପାଣିରେ ପଶି ଜାଲକୁ ଟେକିଥିଲେ। ମାତ୍ର ମାଛ ବଦଳରେ ଶବକୁ ଦେଖି ଜାଲ ଛାଡି ମତ୍ସ୍ୟଜୀବୀମାନେ ଦୌଡିଥିଲେ। ପରେ ସ୍ଥାନୀୟ କିଛି ଯୁବକ ମତ୍ସ୍ୟଜୀବୀଙ୍କ ସହିତ ମିଶି ଜାଲକୁ ଶୁଖିଲାକୁ ଟାଣି ଆଣିଥିଲେ। ଶବଟି ପଚି ଯାଇଥିବା ବେଳେ ଶବର କିଛି ଅଂଶ ମାଛ ଖାଇଦେଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଜଟାଧାର ମୁହାଁଣ ମେରାଇନ ଥାନାକୁ ଖବର ଦିଆଯାଇଛି, ପୋଲିସ ପହଞ୍ଚି ଏବେ ତଦନ୍ତ ଆରମ୍ଭ କରିଛି। ଶବଟି ପାଖାପାଖି ୮ ଦିନରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡୁଛି ।

Leave a Reply

Your email address will not be published. Required fields are marked *