ବର୍ଷା ଋତୁରେ କାହିଁ ସଂକ୍ରମଣ ହୁଏ ଆଖି ?

ଭୀଷଣ ଗରମ ଓ ଗୁଳୁଗୁଳିରୁ ଆରାମ ଦେଇଥାଏ ବର୍ଷା ଋତୁ । ଆମେ ସମସ୍ତେ ବର୍ଷା ଋତୁକୁ ଖୁବ ଉତ୍ସାହ ର ସହିତ ଅପେକ୍ଷା କରିଥାଉ । କିନ୍ତୁ ବର୍ଷା ଋତୁ ବିଭିନ୍ନ ପ୍ରକାର ରୋଗ କୁ ନିମନ୍ତ୍ରଣ ଦେଇଥାଏ । ଏହି ଋତୁରେ ବିଭିନ୍ନ ପ୍ରକାର ସଂକ୍ରମଣ ସମସ୍ୟା ଦେଖା ଯାଇଥାଏ , ସେହିସବୁ ସଂକ୍ରମଣ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଚକ୍ଷୁର ସଂକ୍ରମଣ(ଆଖି ଧରିବା) । ଚକ୍ଷୁ ଶରୀରର ଗୋଟିଏ ସମ୍ବେଦନଶୀଳ ଅଙ୍ଗ । ବିଶେଷ ଭାବରେ ବର୍ଷା ଋତୁରେ ବର୍ଷା ପ୍ରଭାବରୁ ଥଣ୍ଡା ରହିବା ସହ ଜଳବାୟୁ ରେ ଅର୍ଦ୍ରତା ରହିଥାଏ । ଯେଉଁ କାରଣରୁ ଗୁଳୁଗୁଳି ହୋଇଥାଏ । ଏହା ସହିତ ଭୁତାଣୁ ଜନିତ ବିଭିନ୍ନ ସଂକ୍ରମଣ ଦେଖା ଯାଇଥାଏ । ଭୁତାଣୁ ଜନିତ ସଂକ୍ରମଣ ଦ୍ୱାରା ଚକ୍ଷୁ ପ୍ରଭାବିତ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ଏହି ବର୍ଷା ଋତୁରେ ଚକ୍ଷୁର କିଭଳି ନେବେ ଯତ୍ନ

–ବର୍ଷା ଋତୁରେ ଚକ୍ଷୁ କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ । କାହିଁକି ନା ଏହିସବୁ ଥଣ୍ଡା ପାନୀୟ ଦ୍ୱାରା ଭୁତାଣୁ ଦ୍ୱାରା ଚକ୍ଷୁ ସଂକ୍ରମିତ ହୋଇଥାଏ ।
– ବର୍ଷା ଦିନରେ ଆମେ ସାଧାରଣ ଭାବରେ ବର୍ଷାରେ ଓଦା ହୋଇଥାଉ । ଯାହାଦ୍ୱାରା ଆମର ସର୍ଦି ଓ ଥଣ୍ଡା ପ୍ରକୋପ ରୁ ଚକ୍ଷୁ ରେ ସଂକ୍ରମଣ ହୁଏ । ଯେପରିକି ଚକ୍ଷୁ ରୁ ପାଣି ବୋହିବା , ଆକ୍ଷି ନେଞ୍ଜେରା ହେବା , ନାଲି ପଡିବା ଇତ୍ୟାଦି .. ତେଣୁ ବର୍ଷା ରେ ଓଦା ହେଲେ ତୁରନ୍ତ ପୋଛି ହୋଇ ଯାଆନ୍ତୁ ।
– ବର୍ଷା ଦିନେ ଯଦି କେହି ଚକ୍ଷୁ ରୋଗରେ ସଂକ୍ରମିତ ଅଛନ୍ତି ତେବେ ତାଙ୍କ ତଉଲିଆ ଓ ରୁମାଲ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଆପଣ ମଧ୍ୟ ସଂକ୍ରମିତ ହୋଇ ପାରନ୍ତି ।
– ସାଧାରଣ ଭାବରେ ଆମେ ଦେଖି ଥାଉ ଯେ ବର୍ଷା ଋତୁରେ ଅଧିକ ଫାଷ୍ଟ ଫୁଡ ଓ ରୋଡ଼ ସାଇଡ ଖାଦ୍ୟ ର ଚାହିଦା ବଢି ଯାଇଥାଏ । କିନ୍ତୁ ଏଭଳି ଖାଦ୍ୟ ଚକ୍ଷୁ ର ସଂକ୍ରମଣ କରିଥାଏ । ତେଣୁ ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ।

Leave a Reply

Your email address will not be published. Required fields are marked *