ଖରାଦିନେ ନିୟମିତ ବିୟର ପିଇଲେ କ’ଣ ହେବ ?

ଆପଣ ବିୟର ପିଉଛନ୍ତି କି । ତେବେ ହୋଇଯାଆନ୍ତୁ ସାବଧାନ । ହୋଇପାରେ ଅନେକ କ୍ଷତି । ବିଶେଷ କରି ଖରା ଦିନେ ବିୟର ପିଇବା ଶରୀର ପ୍ରତି ହାନିକାରକ । ତେବେ କେବଳ 5 ରୁ 12 ପ୍ରତିଶତ ଆଲକହଲ ଥିବା ହେତୁ , ବିୟର ଅନ୍ୟ ମଦ୍ୟପାନକାରୀ ଅପେକ୍ଷା କମ୍ କ୍ଷତିକାରକ ବୋଲି ବିବେଚନା କରାଯାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ବିୟର ପିଇବା ଦ୍ୱାରା ଦୀର୍ଘାୟୁ ହୁଅନ୍ତି , ଯନ୍ତ୍ରଣା କମିଯାଏ ଏବଂ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ । କିନ୍ତୁ ଏ କଥା କୁମଧ୍ୟ ଏଡାଇ ଦିଆଯାଇପାରିବ ନହିଁ ଯେ ଏଥିରେ କିଛି ପରିମାଣର ଆଲକହଲ ରହିଛି ।”ବିୟର କରୋନାରୀ ହୃଦ୍ ରୋଗ, ଇସକେମିକ୍ ଷ୍ଟ୍ରୋକ୍, ଟାଇପ୍-୨ ମଧୁମେହ ଏବଂ ହଜମ ପ୍ରକ୍ରିୟା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ । ତଥାପି, ଏହା କମ ପରିମାଣରେ ପିଇବା ଉଚିତ୍ ଏବଂ କିଛି ନିୟମ ଅଛି ଯାହାକୁ ବିୟର ପିଇବା ସମୟରେ ମନେ ରଖିବାକୁ ହେବ” ଭାରତର ସର୍ବ ପୁରାତନ ବିୟର ଏବଂ ମାଲ୍ଟ ସ୍ପିରିଟ୍ ନିର୍ମାତା, ଡିଭାନ୍ସ ଆଧୁନିକ ବ୍ରୁରିଜ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ପ୍ରେମ ଦେୱାନ୍ କହିଛନ୍ତି । ତେବେ ଆସନ୍ତୁ ଜାଣଇବା ବିୟର କେଉଁ ମାନେ ପିଇପାରିବେ ଏବଂ ଅଧିକ ପିଇଲେ କଣ କ୍ଷତି ହୁଏ ।

ଯଦି ଆପଣ ଡାଏଟିଂ ରେ ଅଛନ୍ତି ତେବେ ବିୟର ଠାରୁ ଦୁରେଇ ରୁହନ୍ତୁ । ବିୟର ଏକ ମୃଦୁ ପାନୀୟ ହେବା ସହିତ ଏଥିରେ ସମାନ କ୍ୟାଲୋରୀ ଥାଏ, ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଆକାରରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ବିୟର ପିଇବା ଦ୍ବାରା ଅଧିକ ଭୋକ ଲାଗିଥାଏ । ଯାହା ଦ୍ବାରା ଆପଣଙ୍କ ଡାଏଡିଂ ର କୈଣସି ଅର୍ଥ ରହିବ ନାହିଁ ।

ସେହିଭଳି, ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ମଦ୍ୟପାନ ନିଶେଧ ଥାଏ । ଗର୍ଭବତୀସମୟରେ ବିୟର ପିଇଲେ ଏବା ରକ୍ତରେ ମିଶ୍ରିତ ହୁଏ ଯାହା ଗର୍ଭସ୍ଥ ଶିଶୁକୁ ମଧ୍ୟ ଯୋଗାଇଥାଏ ଏବଂ ଏହାର ବିକାଶ ଉପରେ ପ୍ରଭାବ ପକାଇପାରେ । ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ବିୟରକୁ ନା କୁହନ୍ତୁ ।
ଏବଂ ଅଧିକ ବିୟର ପିଇବା ଦ୍ୱାରା ଆପଣଙ୍କୁ ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗ ହେବାର ଆଶଙ୍କା ରହିଥାଏ । ଏହାର କାରଣ ହେଉଛି ବିୟର ଡାଇୟୁରେଟିକ୍ ଏବଂ ଏହା ଆପଣଙ୍କ କିଡନୀ ଉପରେ ଅତିରିକ୍ତ ଚାପ ପକାଇପାରେ ।

ଏହା ଶରୀରକୁ ଡିହାଇଡ୍ରେସନରୁ ଦୁରେଇ ରଖେ । ଏବଂ କିଛି ସମୟ ମଧ୍ୟରେ, ଏହା ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇପାରେ ଯାହା କିଡନୀରେ ଷ୍ଟୋନ କିମ୍ବା କିଡନୀ ଫେଲ ହୋଇପାରେ । କିଛି ଅଧ୍ୟୟନର ଅନୁସନ୍ଧାନରୁ ଜଣାପଡିଛି ଯେ ବିୟର ପିଇବା ଦ୍ବାରା ଶୀଘ୍ର ନିଦ ଆସିଥାଏ , କିନ୍ତୁ ଏହା ବେଶୀ ଦିନ ରହି ନଥାଏ । ବାସ୍ତବରେ, ମଦ୍ୟପାନ ଆପଣଙ୍କ ନିଦ ଏବଂ ମନୋବଳକୁ ଦୁର୍ବଳ କରିଥାଏ । କେତେକ ଲୋକ ଅତ୍ୟଧିକ ମଦ୍ୟପାନ ହେତୁ ରାତିରେ ଅନିଦ୍ରା ମଧ୍ୟ ରହିଥାନ୍ତି ।

Leave a Reply

Your email address will not be published. Required fields are marked *