
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏମିତି କେଉଁ ଗୋଟିଏ ଦିନ ବି ବିତୁନଥିବ ଯେ ଲୋକମାନେ କିଛି ନା କିଛି ପୋଷ୍ଟ କରୁନଥିବେ ଏବଂ ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ ନିଶ୍ଚିନ୍ତ କିଛି ଭାଇରାଲହେଉଥିବ। ଯଦି ଆପଣ ସୋସିଆଲ ମିଡିଆରେ ଅଛନ୍ତି ଏବଂ ନିୟମିତ ଭାବରେ ସକ୍ରିୟ ଅଛନ୍ତି, ତେବେ ଆପଣଙ୍କ ଟାଇମଲାଇନ୍ରେ ଅନେକ ଭିଡିଓ ଏବଂ ଫଟୋ ଆସିବ ଏବଂ ସେଥିମଧ୍ୟରୁ କିଛି ଭାଇରାଲ୍ ପୋଷ୍ଟ ମଧ୍ୟ ହେବ। କେତେବେଳେ ଜୁଗାଡର ଭିଡିଓ ତ କେତେବେଳେ ଷ୍ଟଣ୍ଟର ଭିଡିଓ ଭାଇରାଲ ହୁଏ। କେତେବେଳେ ଝଗଡ଼ାର ଭିଡିଓ ତ କେତେବେଳେ ଲୋକଙ୍କ ଅଜବ କାମ କରିବାର ଭିଡିଓ ଭାଇରାଲ ହୁଏ। ସେମିତି ଏକ ଭିଡିଓ ଏବେ ବି ଭାଇରାଲ ହେଉଛି।
ଏବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଏକ ପିକଅପ୍ ଭ୍ୟାନ୍ ଚଲାଉଛନ୍ତି ଏବଂ ସେ ଏକ ସ୍ଥାନରେ ପହଞ୍ଚିବା ପରେ ଏହାକୁ ବୁଲାଇ ଦେଉଛନ୍ତି। କିନ୍ତୁ ସେ ଗାଡ଼ିକୁ ଏପରି ଭାବରେ ବୁଲାଇ ଦିଅନ୍ତି ଯେ ଭାରସାମ୍ୟ ଏକପାଖିଆ ହୋଇଯାଏ ଏବଂ ପିକଅପ୍ ପଛରେ ବସିଥିବା ଲୋକମାନେ ଏକାଠି ତଳେ ପଡ଼ିଯାଆନ୍ତି। ଆଶ୍ୱସ୍ତିର କଥା ହେଉଛି ଯେ ଏଥିରେ କେହି ଆଘାତ ହୋଇନାହାନ୍ତି ଏବଂ ଭିଡିଓରେ ସମସ୍ତେ ଜଣ ଜଣ କରି ଉଠିବା ଦେଖାଯାଉଛି। ବର୍ତ୍ତମାନ ଏହି ଭିଡିଓଟି କେଉଁଠାର ତାହା କୁହାଯାଇ ନାହିଁ, କିନ୍ତୁ ଭିଡିଓଟି ଭାଇରାଲ ହେଉଛି।