ନିଶାଙ୍କ ପାଇଁ ହିଂସା, ଅଶ୍ଳୀଳ ନାଚକୁ ବିରୋଧ, ଯାତ୍ରା ପାଲଟିଲା ରଣକ୍ଷେତ୍ର

ପୁଣି ବିବାଦରେ ଅଭିନେତ୍ରୀ ନିଶା ମହାରଣା । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ସୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ, କୁଦାନଗରୀ ପକ୍ଷରୁ ପୀଠରେ ମାଘ ମେଳା ଚାଲିଥିବା ବେଳେ ଯାତ୍ରା ସ୍ଵର୍ଣ ମନ୍ଦିର ମଞ୍ଚରେ ନିଶା ମହାରଣା ଅଶାଳୀନ ପୋଷାକ ପିନ୍ଧି ନୃତ୍ୟ କରୁଥିଲେ। ପରିବାର ଓ ବନ୍ଧୁଙ୍କ ସହ ଆସିଥିବା କିଛି ଦର୍ଶକ ଏହାକୁ ବିରୋଧ କରିବାରୁ ସ୍ଥାନୀୟ ସୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ କମିଟି ସଦସ୍ୟ ଓ ସ୍ଥାନୀୟ ଯୁବକ ଓ କିଛି ଭିନ୍ନ ଦର୍ଶକ ମିଶି ବିରୋଧ ର ସ୍ୱର ଉଠାଇ ଥିବା ଦର୍ଶକ ମାନଙ୍କୁ ଚେୟାର ରେ ମାଡ଼ ମାରି ଲହୁ ଲୁହାଣ କରିଦେଲିଥିଲେ। ଏନେଇ ଯାତ୍ରା ପରିସର ରେ ଚାପା ଉତେଜନା ସୃଷ୍ଟି ହେଇଥିଲା ଫଳରେ ଅଧାରୁ ଯାତ୍ରା ବନ୍ଦ ହୋଇଥିଲା। ଆକ୍ରମଣ ଶିକାର ହୋଇଥିବା ଯୁବକ କୁଦାନଗରି ଥାନାର ଦ୍ୱାରସ୍ତ ହୋଇଛନ୍ତି।

ତେବେ ନିଶା ମହାରଣା ଏନେଇ ସାମ୍ବାଦିକ ଙ୍କୁ ପ୍ରତିକ୍ରିୟା ଦେଇ ଏସବୁ ତାଙ୍କ ବିରୋଧ ରେ ଷଡଯନ୍ତ୍ର ଓ ଭାରତୀୟ ଜନତା ପାର୍ଟି ଏସବୁ କରିଛି ବୋଲି ଫୋନୋ ଦେଇଥିଲେ। ଅଶ୍ଳୀଳ ନୃତ୍ୟ କୁ ବିରୋଧ କରି ଦର୍ଶକ ଲହୁଲୁହାଣ ହେବା ପରେ ଘଟଣା ସ୍ଥଳ ରେ ସ୍ଵର୍ଣ ମନ୍ଦିର ଯାତ୍ରା ମାଲିକ ମୁକ୍ତି କାନ୍ତ ସାହୁ ପହଂଚି ଆଉ ଗୋଟିଏ ରାତି ଯାତ୍ରା କୁ ବନ୍ଦ କରି ଥିଲେ। ତେବେ ନିଶା ମହାରଣା ଙ୍କୁ ମଞ୍ଚ କୁ ଆଣିବା ଆୟୋଜକ ଅନୁଷ୍ଠାନ ସୁକ ପରୀକ୍ଷିତ ସାଂକୃତିକ ପରିଷଦ ର ଦାବି ଥିଲା ବୋଲି ଯାତ୍ରା ମାଲିକ କହିଥିଲେ। ନିଶା ଙ୍କ ଅଶାଳୀନ ପୋଷାକ ରେ ନୃତ୍ୟ କୁ ବିରୋଧ କରିବା ଦର୍ଶକ ଙ୍କ ପାଇଁ ମହଙ୍ଗା ପଡିଥିଲା.ସେ ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ। ତେବେ କୁଦାନଗରୀ ମେଳା ରେ ଏକା ବେଳେ ଦୁଇଟି ପାର୍ଟି କଲିଙ୍ଗ ଗଣନାଟ୍ୟ ଓ ସ୍ଵର୍ଣ ମନ୍ଦିର ଭିତରେ ଯାତ୍ରା କଣ୍ଟେଷ୍ଟ ଚାଲୁଥିବାରୁ ସ୍ଵର୍ଣ ମନ୍ଦିର ରେ ଅଶ୍ଳୀଳତା କୁ ଦେଖାଇ ଟିକେଟ ବିକ୍ରି କରାଯାଉଥିଲା।

ଯାହା ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯାତ୍ରା ଦର୍ଶକ ଗ୍ୟାଲେରୀ ରେ ଚେୟାର ଭାଙ୍ଗିବା ଓ ଦର୍ଶକ ଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଭିଡିଓ ଏବେ ଭାଇରଲ ହେଉଛି.ଏବେ କୁଦାନଗରି ଭଳି ଧର୍ମ ଅନୁଷ୍ଠାନ ରେ ଅଶ୍ଳୀଳତା କୁ ବିରୋଧ କରି ଯାତ୍ରା ଦର୍ଶକ ମାଡ଼ ଖାଇବା ଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ଅଶ୍ଳୀଳ ନୃତ୍ୟ ପାଇଁ ଧର୍ମ ଅନୁଷ୍ଠାନ ରକ୍ତ ରଂଜିତ ହୋଇଛି। ଯାତ୍ରା ରେ ଅଶ୍ଳୀଳତା ହେଲେ ହିଂସାତ୍ମକ ରୂପ ନେଇଥିବା ଦେଖିବାକୁ ମିଳିଛି .. ଆକ୍ରମଣର ଶିକାର ହୋଇଥିବା ଦର୍ଶକ ସମ୍ପର୍କ ସ୍ୱାଇଁ କୁଦାନଗରୀ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *