ଜଳକଷ୍ଟକୁ ନେଇ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡ଼ା ବ୍ଲକ ପଳସା ପଞ୍ଚାୟତରେ ଗ୍ରାମବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ। ବିଗତ କିଛି ଦିନରୁ ଏହି ପଞ୍ଚାୟତ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ଗୟଳମରା ସାହିର ଲୋକେ ପିଇବା ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ବେଳେ କୌଣସି ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଗ୍ରାମର ଲୋକମାନେ ଗରା,ହାଣ୍ଡି ଧରି ପଳସା ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ସମ୍ମୁଖରେ ଧାରଣାରେ ବସି ଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ପରିସ୍ଥିତି ସତ୍ବେ ସେହି ଗାଁରେ ଚାଲୁଥିବା ଓ.ଏମ୍. ସି ସରକାରୀ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ତିଳେହେଁ ଚିନ୍ତା କରୁନଥିବା ଏକ ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ତେବେ ବର୍ତ୍ତମାନ ନୂତନ ସରକାର ଗଠନର ସ୍ପଷ୍ଟ ହେଉଥିବା ବେଳେ ସରକାର ଗଠନ ହେଲାପରେ ଖଣି ଅଞ୍ଚଳ ରେ ରହୁଥିବା ଜନ ସାଧାରଣ ଙ୍କୁ ନୂତନ ସରକାର ଭଲ ଦୃଷ୍ଟି ଦେବେ ନା ଖଣି କମ୍ପାନୀ ମାନଙ୍କ ପ୍ରତି ଗଡାଣିଆ ହେବେ ତାହା ଦେଖିବାକୁ ବାକି ରହିଲା