ଲୋ ଭୋଲଟେଜକୁ ନେଇ ତାତିଲେ ଗ୍ରାମବାସୀ, ଅଫିସ ବନ୍ଦ କରି କର୍ମଚାରୀ ଛୁ…

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବିଦ୍ୟୁତ ଲୋ ଭୋଲଟେଜ ସମସ୍ୟାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି l ଲୋ ଭୋଲଟେଜ ସମସ୍ୟାକୁ ନେଇ ଅଢେଇକଣା ପଞ୍ଚାୟତ ପାଣିକସାହି ଗ୍ରାମର ପୁରୁଷ ମହିଳା ମାନେ ବିଞ୍ଚଣା ଛାଞ୍ଚୁଣି ପହଁରା ନେଇ ଆଳି ବିଦ୍ୟୁତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ସୂଚନା ମୁତାବକ ଆଳି ବ୍ଳକ ଅରେହିକଣା ପଞ୍ଚାୟତର ୧୧ ନମ୍ବର ୱାର୍ଡରେ ପାଣିକସାହିରେ ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ଦୀର୍ଘ ଦୁଇ ବର୍ଷ ହେବ ଗ୍ରାମକୁ ବିଦ୍ୟୁତ ଯୋଗାଉଥିବା ଟ୍ରାନ୍ସଫରମର ଟି ପୋଡିଯିବାରୁ ସେମାନଙ୍କୁ ୧୧ କେବି ବିଦ୍ୟୁତ ଲାଇନ ସହିତ ସଂଯୋଗ କରିବା ପରେ ପୋଡିଥିବା ଟ୍ରାନ୍ସଫରମରକୁ ଆଉ ସଜାଡି ନଥିଲେ l

ଯାହାଫଳରେ ଦୁଇ ବର୍ଷ ହେବ ସେମାନେ ଲୋ ଭୋଲଟେଜ ସମୟରେ ହେଉଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦିନ ସମୟରେ ଯେଉଁଭଳି ଭାବେ ଗରମ ଅନୁଭୂତ ହେଉଛି ସେହି ସମୟରେ ବିଜୁଳି ଲୋ ଭୋଲଟେଜ ସହିତ ବାରମ୍ବାର ବିଦ୍ୟୁତ କାଟ ସେମାନଙ୍କୁ ଅତିଷ୍ଠ କରିଦେଇଛି l ସନ୍ଧ୍ୟା ସମୟରେ ଲୋ ଭୋଲଟେଜ କାରଣରୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ମଧ୍ୟ ଅନେକ ଅସୁବିଧା ଭୋଗୁଥିବା ନେଇ ବିଦ୍ୟୁତ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି l ଆଳି ବିଦ୍ୟୁତ ବିଭାଗରେ କୋୖଣସି ବିଭାଗୀୟ ଅଧିକାରୀ ନଥିବାରୁ ହିତାଧିକାରୀ ମାନେ ପଳାଇ ଯାଇଥିଲେ l ଏ ନେଇ ବିଦ୍ୟୁତ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି l