
ଏଥର ଗାଁ ପାଲଟିବ ସହର। ସହର ପରି ଚମକିବ ଗାଁ। ଗାଁ ର ହେବ ବିକାଶ। ଏଥିପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଗାଁ ଲୋକଙ୍କ ନିଷ୍ପତ୍ତି ଆଧାରରେ ତ୍ବରାନ୍ବିତ ହେବ ଏହି ବିକାଶ ପ୍ରକ୍ରିୟା। ରାଜ୍ୟ ସରକାର ଆଣିଲେ ବିକଶିତ ଗାଁ ବିକଶିତ ଓଡ଼ିଶାର ମାର୍ଗଦର୍ଶିକା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ମାର୍ଗଦର୍ଶିକା ଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ପାଖକୁ ପଠାଯାଇଛି। ଏଥିରେ କୁହାଯାଇଛି ଫେବୃଆରୀ ୧୫ସୁଦ୍ଧା ପ୍ରତି ଗାଁ ନିଜ ପାଇଁ ୫ବର୍ଷିଆ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବେ।

ଏହି ଯୋଜନା ଅଧିନରେ ପ୍ରତି ବ୍ଲକରେ ରିଡିଂ ରୁମ୍ ନିର୍ମାଣ କରାଯିବ। ଏଠାରେ ବହି ପଢା ସାଙ୍ଗକୁ ଇଣ୍ଟରନେଟ ସୁବିଧା ମଧ୍ୟ ରହିବ । ସ୍ବଳ୍ପ ଦେୟ ଦେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ର ଛାତ୍ରୀ ପଢିପାରିବେ।

ସେହିପରି ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ, ପୋଖରୀ, ନଦୀ, ଗାଧୁଆ ତୁଠ ପାଇଁ ଟଙ୍କା ମିଳିବ। ଭୋଗମଣ୍ଡପ, ଭାଗବତ ଟୁଙ୍ଗି ସହ ସବୁ ଧର୍ମର ଧାର୍ମିକ ପୀଠ ଉପାସନା ବିକାଶ ପାଇଁ ଟଙ୍କା ଖର୍ଚ୍ଚ ହେବ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଜଙ୍ଗଲ ଅଞ୍ଚଳରେ ରାସ୍ତା ତିଆରି ଉପରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। ସେପଟେ ନୂଆ ମାର୍ଗଦର୍ଶିକା କୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ଆମ ଯୋଜନାର ନାଁ ବଦଳାଇଛନ୍ତି ସରକାର। ସେହିପରି ନୀଳମାଧବ କହିଛନ୍ତି ନିଜ କର୍ମୀ ଙ୍କୁ ଫାଇଦା ଦେବା ଏହାର ଲକ୍ଷ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୧ହଜାର କୋଟି ରହିଥିଲା। ନୂଆ ମାର୍ଗଦର୍ଶିକା ରେ ଏହି ଟଙ୍କା ଆବଣ୍ଟନ ହେବ। ମାର୍ଗଦର୍ଶିକା ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳ ପାଇଁ ୪୦ପ୍ରତିଶତ ବା ୪୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଟଙ୍କା କେବଳ ଆଇ ଟି ଡି ଏ ବା ଇଣ୍ଟିଗ୍ରେଟେଡ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧିନରେ ଥିବା ୧୨୧ ଟି ବ୍ଲକ ରେ ଖର୍ଚ୍ଚ ହେବ। ଅବଶିଷ୍ଟ ୧୯୩ଟି ବ୍ଲକ ପାଇଁ ୬୦୦ କୋଟି ଟଙ୍କା ଆବଣ୍ଟିତ ହେବ।

ତେବେ ଫେବୃୟାରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ ସରିବ। ୧୫ ତାରିଖରେ ସମସ୍ତ ପଞ୍ଚାୟତ ବ୍ଲକ୍ ରେ ଦାଖଲ କରିବେ। ୧୮ ତାରିଖରେ ପଞ୍ଚାୟତ ସମିତି ଟେକ୍ନିକାଲ କମିଟି ଯାଞ୍ଚ କରିବେ । ୨୦ରେ ଜିଲ୍ଲା ପାଳଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳଙ୍କ ଅନୁମୋଦନ ପରେ କାମ ଆରମ୍ଭ ହେବ। ବିଜେପି କହିଛି ପୂର୍ବ ସରକାର ଉପର ମୁହାଁ ଥିଲେ। ଲୋକଙ୍କ ଅଧିକାରୀକୁ ଗୁରୁତ୍ବ ଦେଉନଥିଲେ । ବିଜେପି ସରକାର ଲୋକମାନଙ୍କ ମତାମତ ଆଧାରରେ ପ୍ରକଳ୍ପ କାମ କରୁଛନ୍ତି। ପଲ୍ଲୀ ର ବିକାଶ ହେଲେ ଦିଲ୍ଲୀର ବିକାଶ ହେବ। ପୁର୍ବ ସରକାରରେ ଆରମ୍ଭ ହୋଇ ଶେଷ ହୋଇନଥିବା ବିଭିନ୍ନ ପ୍ରକଳ୍ପରର ଆବଶ୍ୟକତା କୁ ଅନୁଭବ କରି ପାଣ୍ଠି ବ୍ୟୟ ବରାଦ ପାଇଁ ବ୍ୟବସ୍ଥା ରଖିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପରେ ଅଧାପନ୍ତରିଆ ଥିବା ପ୍ରକଳ୍ପ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ପାଣ୍ଠିରୁ ଟଙ୍କା ଦେଇହେଵ।
ତେବେ ପୁରୁଣା ପ୍ରକଳ୍ପ ପାଇଁ ୨୦ ପ୍ରତିଶତ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ଅନୁଦାନ ମିଳିପାରିବ ବୋଲି ମାର୍ଗଦର୍ଶିକା ରେ ରହିଛି।