ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢାଉ

ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ତେବେ ଯାଞ୍ଚ ବେଳେ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ମିଳିଛି । ଆଜି ସକାଳୁ ସକାଳୁ ଜୟପୁର ପିଆର ପେଟାରେ ଥିବା ପୈତୁକ ଘର, ଗୋଲଡେନ ହାଇଟ ଆପାର୍ଣ୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ଙ୍କ ଅନୁମତି କ୍ରମେ ଏହି ଚଢାଉ ହୋଇଛି । ଚଢାଉରେ ୬ଜଣ ଡିଏସପି, ୫ଜଣ ଇନିସ୍ପେକ୍ଟର ଓ ୯ଜଣ ଏଏସଆଇ ଏବଂ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।