
ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ମାଡି ବସିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ। ବୁଧବାର ଭୁବନେଶ୍ୱର ଓ ଗଂଜାମରେ ଥିବା ତାଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଏଥିରେ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସହ ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘର ଉପରେ ଛାନଭିନ ଚଳାଇଛି ବିଭାଗ।

୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କଲାଣି ତଦନ୍ତକାରୀ ସଂସ୍ଥା। ସେହିପରି ରେଡ ବେଳେ ୫ ଶହ ଗ୍ରାମ ସୁନା ଅଳଙ୍କାର ସହ ଏକ କୋଟି ବ୍ୟାଙ୍କ ଜମା, ଓ ୧.୨୧ ଲକ୍ଷ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ। ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିବା ସହ ଟିମ ଚଳାଇଛି ତଦନ୍ତ। ଯାଞ୍ଚ ପରେ ପୂର୍ଣ୍ଣ ସୂଚନା ମିଳିବ।
Can you be more specific about the content of your article? After reading it, I still have some doubts. Hope you can help me.
I don’t think the title of your article matches the content lol. Just kidding, mainly because I had some doubts after reading the article.
Thanks for sharing. I read many of your blog posts, cool, your blog is very good.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?