
ଜେଲ ଗଲେ କେନ୍ଦୁଝର ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ । ଗତକାଲି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ଦେଢ଼କୋଟି ମୂଲ୍ୟର ଘର ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ରହିଛି କୋଟି କୋଟି ଟଙ୍କାର ୪ଟି ପ୍ଲଟ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଥିଲା ।
ଝାରପଡା ଜେଲର ସୁପରିନଟେଣ୍ଡେଣ୍ଟ ଥିବା ବେଳେ ବିଚାରଧୀନ କଏଦୀଙ୍କୁ ଟଙ୍କା ମାଗିବା ସହ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଆସିଥିଲା । ସତ୍ୟପ୍ରକାଶଙ୍କ ନାରେ ଏନେଇ ଜେଲର ଜଣେ ବିଚାରଧୀନ କଏଦୀ ଭିଜଲାନ୍ସ ନିର୍ଦେଶକଙ୍କୁ ଚିଠି ଲେଖିବା ଖବର ସାମ୍ନାକୁ ଆସିଥିଲା ।