ଭି.ନାରାୟଣନ୍‌ଙ୍କ ହାତରେ ଇସ୍ରୋର ଦାୟିତ୍ୱ

ଇସ୍ରୋକୁ ମିଳିଲା ନୂଆ ଅଧକ୍ଷ। ଇସ୍ରୋ ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ । ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କର ଗତକାଲି ଥିଲା ଶେଷ କାର୍ଯ୍ୟଦିବସ । ମିଳିଥିବା ରପୋର୍ଟ ଅନୁସାରେ ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ମାତ୍ର ୨ ବର୍ଷ ପାଇଁ ଏହି ପଦରେ ରହିବେ ନାରାୟଣ ।

ଏହାପୂର୍ବରୁ ସେ ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ଏଲପିଏସସିର ଅଧ୍ୟକ୍ଷ ଭାବେ ରହିଥିଲେ । ୧୯୮୪ରେ ନାରାୟଣ ଇସ୍ରୋରେ ପ୍ରଥମ ଥର ଲଗି ସାମିଲ ହୋଇଥିଲେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ ହେଇଛନ୍ତି। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି। ହେଲେ ଇସ୍ରୋ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଭଲିଆମାଲାରେ ଅବସ୍ଥିତ LPSC ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଜିଏସଏଲଭି ଏମ୍ କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ ତିଆରିରେ ନାରାୟଣନ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ତେବେ ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍ .ସୋମନାଥଙ୍କର ଗତକାଲି ଥିଲା ଶେଷ କାର୍ଯ୍ୟଦିବସ । ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଇ ଏସ ଆର ଓ ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି । ଏବେ ତାଙ୍କ ସ୍ଥାନରେ ଡକ୍ଟର ଭି.ନାରାୟଣନ୍ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *