
ଦିପାବଳୀ ପରେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଏବଂ ଦିଲ୍ଲୀ ଏନସିଆର ଆଖପାଖରେ ବାୟୁ ବିଷାକ୍ତ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଲ୍ଲୀରେ ଆତସବାଜି ନିଷେଧ ଆଦେଶ ସତ୍ତ୍ବେ ପ୍ରବଳ ମାତ୍ରାରେ ବାଣ ଫୁଟିଛି । ଯଦି ଆମେ ଦିପାବଳୀ ପରେ ଦେଶର ଶ୍ରେଷ୍ଠ ୧୦ ପ୍ରଦୂଷିତ ସହର ବିଷୟରେ ଆଲୋଚନା କରିବା, ତେବେ ଦିଲ୍ଲୀ ଅପେକ୍ଷା ଉତ୍ତରପ୍ରଦେଶର ଥିବା ସହରରେ ନିଶ୍ୱାସ ନେବା ଅଧିକ କଷ୍ଟକର ହେଉଛି । ଆତସବାଜି ଯୋଗୁଁ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବାୟୁମଣ୍ଡଳର କ୍ବାଲିଟି ଅତ୍ୟନ୍ତ ଖରାପ ହୋଇଯାଇଛି ।

ଉତ୍ତରପ୍ରଦେଶର ଅନେକ ସହର ଏପରି ହୋଇଛି ଯେ, ପ୍ରଦୂଷଣ ହେତୁ ଚାରିଆଡେ ଧୂଆଁମୟ ଦେଖାଯାଉଛି । ୟୁପିରେ ସମ୍ୱାଲର ବାୟୁ ସର୍ବାଧିକ ପ୍ରଦୂଷିତ ହୋଇଛି । ସେଠାରେ AQI 423 ରେକର୍ଡ କରାଯାଇଛି ।

ଏହି ତାଲିକାରେ ଦିଲ୍ଲୀ ଏକାଦଶ ସ୍ଥାନରେ ରହିଛି । ଦିଲ୍ଲୀର AQI 353 ରେକର୍ଡ କରାଯାଇଛି । ନଭେମ୍ବର ୨୦୨୪ ସକାଳ ୧୦ଟାରେ ପ୍ରଦୂଷଣକୁ ନେଇ ଏହି AQI ଜାରି କରାଯାଇଛି । ଦିଲ୍ଲୀ ସରକାର ଆତସବାଜି ଉପରେ ପ୍ରତିବନ୍ଧକ ଆଦେଶକୁ ଅନୁପାଳନ ପାଇଁ ୩୭୭ଟି ଭ୍ରାମ୍ୟମାଣ ଟିମ୍ ଗଠନ କରିଥିଲେ । ଏଥିସହିତ ସଚେତନତା ମଧ୍ୟ ସୃଷ୍ଟି କରୁଥିଲେ । ଏହାସତ୍ତ୍ବେ ପୂର୍ବ ଓ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଙ୍ଘନ କରାଯାଇ ପ୍ରବଳ ମାତ୍ରାରେ ଆତଶବାଜି ହୋଇଛି ।