କଣ ମହିଳାମାଙ୍କ ପାଇଁ ସୁରକ୍ଷିତ ନୁହେଁ କି ସେମାନଙ୍କ ଘର,କ’ଣ କହୁଛି ମିଳିତ ଜାତିସଂଘର ରିପୋର୍ଟ?

ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ୨୦୨୩ ମସିହାରେ ୫୧ ହଜାରରୁ ଅଧିକ ମହିଳାଙ୍କୁ ହତ୍ୟା ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ କରିଛନ୍ତି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ପ୍ରତିଦିନ ହାରାହାରି ୧୪୦ ଜଣ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ ହତ୍ୟା କରିଛନ୍ତି ।ଏହାର ଗୋଟିଏ ବର୍ଷ ପୂର୍ବରୁ ୨୦୨୨ ମସିହାରେ ସାରା ବିଶ୍ୱରେ ଏହି ଭଳି ପ୍ରାୟ ୪୯ ହଜାର ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏଭଳି ହତ୍ୟାକାଣ୍ଡ ଆଫ୍ରିକୀୟ ଦେଶଗୁଡିକରେ ସର୍ବାଧିକ ସଂଖ୍ୟା ରେକର୍ଡ କରାଯାଇଛି । ତା’ପରେ ଏସିଆର ନମ୍ବର । ରିପୋର୍ଟରେ କୁହାଯାଇଛି ଯେ ମହିଳା ଏବଂ ବାଳିକାମାନଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସ୍ଥାନ ପାଲଟିଛି ସେମାନଙ୍କ ଘର । ଏହି ରିପୋର୍ଟ ପ୍ରସ୍ତୁତ କରୁଥିବା ବିଶେଷଜ୍ଞମାନେ ୧୧୨ ଦେଶରୁ ପ୍ରାପ୍ତ ତଥ୍ୟକୁ ବିଶ୍ଳେଷଣ କରିଛନ୍ତି।

ମିଳିତ ଜାତିସଂଘର ସଂସ୍ଥା ଉନାଇଟେଡ ନେସନ ଅଫିସ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ ଏବଂ ଉଏଏନ ବୁମଏନ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ଅନୁଯାୟୀ ୨୦୨୩ ମସିହାରେ ସମଗ୍ର ବିଶ୍ୱରେ ପ୍ରାୟ ୮୫ ହଜାର ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ୬୦ ପ୍ରତିଶତ ହତ୍ୟାକାଣ୍ଡ ପରିବାର ସଦସ୍ୟ କିମ୍ବା ସେମାନଙ୍କ ସହଯୋଗୀ କରିଥିଲେ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦିନ ପ୍ରାୟ ୧୪୦ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ ହତ୍ୟା କରିଥିଲେ।

ଏଭଳି ହତ୍ୟାକାଣ୍ଡ ମଧ୍ୟରୁ ଆଫ୍ରିକୀୟ ଦେଶଗୁଡିକରେ ପ୍ରାୟ ୨୧ ହଜାର ୭୦୦ ହତ୍ୟାକାଣ୍ଡ ରେକର୍ଡ କରାଯାଇଥିଲା | ଏହି ଭଳି ହତ୍ୟାରେ ଆଫ୍ରିକା ଦେଶ ବିଶ୍ବରେ ପ୍ରଥମ | ଏସିଆରେ ଏଭଳି ହତ୍ୟାକାଣ୍ଡ ସାଢେ ୧୮ ହଜାର ରେକର୍ଡ କରାଯାଇଛି | ଏହା ଛଡା ଆମେରିକା ରେ ଆଠ ହଜାର ତିନିଶହ,ୟୁରୋପ ରେ ୨୩ ଶହ ଏବଂ ତିନି ଶହ ହତ୍ୟା ରେକର୍ଡ ହୋଇଛି ୟୁରୋପରେ ୨୩ ଶହ ଏବଂ ଏସୀୟ ଦେଶଗୁଡିକରେ ୩୦୦ ରେକର୍ଡ କରାଯାଇଛି |

ଅନ୍ୟପକ୍ଷରେ ଯଦି ଆମେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା ହତ୍ୟାକାଣ୍ଡର ପାର୍ଥକ୍ୟକୁ ଦେଖିବା ତେବେ କେବଳ ୧୧.୮ ପ୍ରତିଶତ ପୁରୁଷଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀମାନେ ହତ୍ୟା କରିଛନ୍ତି କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୬୦.୨ ପ୍ରତିଶତ ଅଟେ।

Leave a Reply

Your email address will not be published. Required fields are marked *