ଆସନ୍ତା ୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ମାତ୍ର କେଇଟା ଦିନପରେ ଓଡ଼ିଶା ଆସିବେ ଅମିତ ଶାହ । ୧୭ ତାରିଖରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏକ ବିଶାଳ ସମ୍ମିଳନୀରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ପ୍ରାୟ ୫୦ ହଜାର ହିତାଧିକାରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେ ଭେଟିବେ । ୯ ବର୍ଷ ଶାସନ କାଳରେ ମୋଦି ସରକାରଙ୍କ ଗୁଣଗାନ କରିବେ ଶାହ । ତାଙ୍କ ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱବୃନ୍ଦ ଉପସ୍ଥିତ ରହିବେ ।

କିଛି ଦିନ ପୂର୍ବ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅମିତ ଶାହଙ୍କ ଗସ୍ତ ନେଇ ସୂଚନା ଦେଇଥିଲେ । ୧୭ରେ ଅମିତ ଶାହ ଏବଂ ୨୨ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ ବୋଲି ସେ କହିଥିଲେ । ବିଜେପିର ମହାଜନସମ୍ପର୍କ ଯାତ୍ରାରେ ଯୋଗଦେବାକୁ ସେମାନେ ଓଡ଼ିଶା ଆସିବେ । ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ଦାୟିତ୍ବ ନେବା ପରେ ଏବେ ଦଳ ଆକ୍ସନ ମୁଡରେ ଅଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ଗସ୍ତ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବ ବୋଲି ନେତା ଓ କର୍ମୀ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *