ଓଡ଼ିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ ତିନିଦିନିଆ ଗ୍ରୀଷ୍ମ ଶିବିର “ଉଡାଣ-୨୦୨୫ ” ଆରମ୍ଭ

ଗ୍ରୀଷ୍ମ ସମୟରେ ବିଶେଷ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର ସୃଜଶୀଳ କାର୍ଯ୍ୟ କଳାପ ପ୍ରଦାନ କରିବା ପାଇଁ “ଓଡ଼ିଶା ରାଇଜିଂ ଫାଉଣ୍ଡେସନ” ତରଫରୁ, ଆଜିଠୁ ତିନି ଦିନିଆ ଗ୍ରୀଷ୍ମ ଶିବିର “ଉଡାଣ-୨୦୨୫” ଆରମ୍ଭ ହୋଇଛି। ଏହି ଶିବିରଟି ଭୁବନେଶ୍ୱର, ସାଲିଆସାହି ସ୍ଥିତ ୱାର୍ଲ୍ଡ ଭିଜନ୍ କମ୍ୟୁନିଟ୍ ସେଣ୍ଟର ଠାରେ ଆୟୋଜିତ ହୋଇଛି।

ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ହିଆଲ ଅତିରୂପେ ଉପସ୍ଥିତ ରହି ଶିଶୁମାନଙ୍କୁ ସେମାନଙ୍କର ଅନୁର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ। । ସେ ସରକାରୀ ଯୋଜନା ବିଷୟରେ ସଚେତନତା ବଢ଼ାଇବା ସହିତ, ସମସ୍ତ ପ୍ରକାର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ସମାଧାନର ବାଟ କହିଥିଲେ।

ଏହି ଶିବିରରେ ଶିଶୁମାନେ ଅନେକ ଗୁଡ଼ିଏ କାର୍ଯ୍ୟ କଳାପରେ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରତି ୫ଜଣ ଶିଶୁ ଜଣେ ସ୍ୱେଚ୍ଛାସେବୀଙ୍କ ନେତୃତ୍ୱରେ ଚିତ୍ର ଆଙ୍କିଥିଲେ। ପରେ ରଙ୍ଗୀନ କଣ୍ଢେଇ ନାଟକ ପରିବେଷଣ କରାଯାଇଥିଲା। ଏହା ସହିତ ଅଭିଭାବକ ମାନେ ଯୋଗଦେଇ ସାଙ୍କେତିକ ଭାଷା ମାଧ୍ୟମରେ ବାର୍ତ୍ତାଳାପ ଶିଖିଥିଲେ। ଏହି ଶିବିରରେ ଅନ୍ୟ ଶିଶୁମାନେ ମଧ୍ୟ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମର ମଜା ନେଇଥିଲେ।

ଶିଶୁମାନଙ୍କ ମନୋବଳ ବଢ଼ାଇବା ପାଇଁ ଏହି ଶିବିରର ଶେଷ ଦିନରେ ପୁରସ୍କାର ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶିବିରରେ ପ୍ରଥମ ଦିନରେ ଶିଶୁମାନଙ୍କ ସମେତ ଅଭିଭାବକ ଏବଂ ସ୍ବେଛସେବୀମାନଙ୍କୁ ମିଶାଇ ମୋଟ ୫୩ ଜଣ ଯୋଗ ଦେଇଥିଲେ।