
ବାଲି ମାଫିଆଙ୍କ ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନଙ୍କ କଡ୍ଡା ଆକ୍ସନ । ଡେରାବିଶ ବ୍ଲକ ଗହଗା ସ୍ଥିତ ଲୁଣା ନଦୀ ପଠା ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଉ ଥିବା ବାଲି ମାଫିଆଙ୍କ ଉପରେ ଚଢ଼ାଉ କରି ପନ୍ଦରଟି ଟ୍ରାକ୍ଟର ଜବତ କରିଛନ୍ତି କେନ୍ଦ୍ରାପଡ଼ା ଖଣି ଅଧିକାରି। ବାରଟି ବାଲି ବୋଝେଇ ଟ୍ରାକ୍ଟର ସମେତ ତିନୋଟି ଖାଲି ଟ୍ରାକ୍ଟରକୁ ମଧ୍ଯ ଜବତ କରାଯାଇଛି। ବାରଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଗୋଟି ପିଛା କୋଡିଏ ହଜାର ଟଙ୍କା ଲେଖାଏଁ ଜୋରିମାନା ସହ ତିନି ଖାଲି ଟ୍ରାକ୍ଟର ଙ୍କୁ ପନ୍ଦର ହଜାର ଜରିମାନା କର।ଯାଇଛି । ମୋଟ ଦୁଇ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନାମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବେଆଇନ ଭାବେ ଲୁଣ ନଦୀ ପଠାରୁ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଡେରାବିଶ ବ୍ଲକ ପ୍ରଶାସନ, ପୋଲିସ ଓ ଖଣି ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ଡେରାବିଶ, ମାର୍ଶାଘାଇ ଓ ଗରଦପୂର ଅଞ୍ଚଳ ରେ ବାଲି ମାଫିଆଙ୍କ ଉତ୍ପାତ ବଢ଼ି ଚାଲିଥିବାବେଳେ ପ୍ରଶାସନ ତତ୍ପରତା ଦେଖାଇ ବାଲି ମାଫିଆଙ୍କ ଚୋରା ଓ ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବାପାଇଁ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ।