ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ ଛୁଇଁଲା

ବାଲେଶ୍ୱରରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଛିଥିବା ବେଳେ ୯ଶହରୁ ଅଧିକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା  ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶୁ  ଷଢଙ୍ଗୀ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ସବୁଠାରୁ ବଡ ଏହି ଦୁର୍ଘଟଣାର ମାଇନା କରିବାକୁ ପ୍ରଧାନମନ୍ତ୍ରୀ ଆଜି ବାଲେଶ୍ୱର ଆସିବାର ସୂଚନା ମିଳୁଛି।

ଏହା ଏକ ତ୍ରିମୁଖୀ ରେଳ ଦୁର୍ଷଟଣା ଥିଲା। ପ୍ରଥମେ ବାହାନଗାଠାରେ ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ୨ଟି ବଗି ଓଲଟିଥିଲା। ତାପ ଅଳ୍ପ ସମୟରେ ହାୱଜାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ସେହି ବଗିରେ ବାଡେଇ ହୋଇ ପାଖ ଧାରଣାରେ ଠିଆ ହୋଇଥିବା ମାଲ ଗାଜି ଉପରେ ଚଢିଯାଇଥିଲା। ଏଥିରେ ସିଗ୍ନାଲିଂ ପ୍ରୋବ୍ଲେମ ଥିଲା କି ନାହିଁ ତଦନ୍ତ ପରେ ଜଣାପଡିବ ବୋଲି ଅବସରପ୍ରାପ୍ତ ଜିଏମ ସୁଧାଂଶୁ ମଣି କହିଛନ୍ତି।

ଗତକାଲି ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଦୀର୍ଘ ୧୬ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବଗି ତଳେ କିଛି ଯାତ୍ରୀ ଫସିଥିବା ସନ୍ଦେହ କରାଯାଉଛି ଓ ସେମାନଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ସନ୍ଦେହ କରାଯାଉଛି।  ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଏନଡିଆରଏଫ ତରଫରୁ ୬ଟି ଟିମ୍‌ ମୁତୟନ ହୋଇଥିବା ବେଳେ ଡଗ୍‌ ସ୍କ୍ୱାର୍ଡ ଓ ମେଡିକାଲ ଟିମ୍‌ ବି ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଏଥିସହ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବଗି ତଳୁ ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲୁ ରହିଛି ।  

ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ମାତ୍ର ବହୁ ମୃତଦେହ ଚିହ୍ନଟ ହୋଇ ପାରୁନାହିଁ। ଫଳରେ ମୃତଦେହ କାହାକୁ ହସ୍ତାନ୍ତର କରାନଯାଇ ସେଠାରେ ପଡି ରହିଛି। କାହାର ହାତ ତ କାହାର ଗୋଡ଼ ଟ୍ରାକ୍‌ ଉପରେ ପଡ଼ି ରହିଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି

। ଏହି ଦୁର୍ଘଟଣାର କାରଣ ଜାଣିବାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି। 

ପୁଲିସ୍‌ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଏହି ଦୁର୍ଘଟଣାକୁ ସେ ଏକ ଭୟଙ୍କର ଦୁର୍ଘଟଣା ବୋଲି କହିଛନ୍ତି। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ପ୍ରକାଶ କରିଛନ୍ତି ଡିଜିପି। ଘଟଣାସ୍ଥଳରେ  ୫ଟି ଓଡ୍ରାଫ ଟିମ୍‌ , ଓଡ଼ିଶା ଅଗ୍ନିଶମ ବିଭାଗର ବହୁ ଟିମ୍‌ ସମେତ ସେନା ବି ମୁତୟନ  ହୋଇଛନ୍ତି ।

ଦୁର୍ଘଟଣାରେ  ମୃତ୍ୟୁବରଣ କରୁଥିବା ଯାତ୍ରୀମାନେ ବିଭିନ୍ନ ରାଜ୍ୟର ରହିଛନ୍ତି।  ତୁରନ୍ତ ସେମାନଙ୍କ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଡିଜି।

ଡିଜି ବଂଶଲ ଆହୁରି କହିଛନ୍ତି କି, ବହୁ ସଂଖ୍ୟାରେ ଟ୍ରେନ୍‌ ବଗି ଓଲଟି ପଡ଼ିଥିବାରୁ ଏହାକୁ ଟ୍ରାକ୍‌ରୁ ବାହାର କରିବାକୁ ଭାରୀ ଯନ୍ତ୍ରାଶଂର ଆବଶ୍ୟକତା ରହିଛି। କୋଲକତାରୁ ଉକ୍ତ ଯନ୍ତ୍ରାଶଂ ମଗା ଯାଇଛି। ସେସବୁ  ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ । ଏଥିନିମନ୍ତେ କିଛି ସମୟ ଦରକାର ବୋଲି କହିଛନ୍ତି ପୁଲିସ୍‌ ଡିଜି। 

Leave a Reply

Your email address will not be published. Required fields are marked *