ଧାର୍ ଟଙ୍କା ମାଗିବାରୁ ମିଳୁଛି ଧମକ,ସେପଟେ ପୁଲିସ ଚୁପ

ଅସୁବିଧା ସମୟରେ ଟଙ୍କା ଧାର୍ ନେଲେ ହେଲେ ଏବେ ଟଙ୍କା ମାଗିଲେ ଦେଖାଉଛନ୍ତି ନାଲି ଆଖି । ଟଙ୍କା ନେଇଥିବା ଘଟଣାକୁ ଲିଖିତ ଭାବେ ସ୍ବିକାର କରିବା ପରେ ମଧ୍ୟ ୬ ବର୍ଷ ହେଲା ଧରା ଛୁଆଁ ଦେଉନାହାଁନ୍ତି ଯୁବକ । ଏନେଇ ଥାନାରେ ଏତଲା ଦେଲେ ମଧ୍ୟ ଶୁଣୁନାହିଁ ପୋଲିସ । ଥାନା ପାଖରେ ବୁଲୁଥିବା ଅଭିଯୁକ୍ତ କୁ ପାଉନଥିବା ସଫେଇ ଦେଇ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛି ଜମ୍ବୁ ସାମୁଦ୍ରିକ ଥାନା । ଏଭଳି ଏକ ଅଭିଯୋଗକୁ ନେଇ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗୋପାଳ ମଣ୍ଡଳ‌ ।

ସୂଚନା ଅନୁସାରେ , ଗୋପାଳଙ୍କ ଠାରୁ ଅମିତ ବାଲା ନାମକ ଜଣେ ଯୁବକ ୫୦ ହଜାର ଟଙ୍କା ଧାର ନେଇ ତିନି ମାସରେ ଦେଇ ଦେବାକୁ କହିଥିଲେ । ହେଲେ ପରେ ଆଉ ଧରା ଛୁଆଁ ଦେଇନଥିଲେ । ୨୦୨୩ ମସିହାରେ ତାଙ୍କ ନାମରେ କେନ୍ଦ୍ରାପଡ଼ା ଜମ୍ବୁ ସାମୁଦ୍ରିକ ଥାନାରେ ଗୋପାଳ ଏତଲା ଦେଇଥିଲେ । ସେଠାରେ ଟଙ୍କା ନେଇଥିବା କଥାକୁ ଅମିତ ସ୍ବିକାର କରିବା ସହିତ ଥାନା ମାଧ୍ୟମରେ ଟଙ୍କା ଦେଇଦେବେ ବୋଲି ଲିଖିତ ଭାବେ ଜଣାଇଥିଲେ । ମାତ୍ର ପରେ ଆଉ ଫୋନ୍ ଉଠାଇ ନଥିଲେ କି ଧରାଛୁଆଁ ଦେଉ ନଥିଲେ ଓ ଟଙ୍କା ଦେବା ବଦଳରେ ଥାନା ମୋ ହାତରେ ଅଛି ବୋଲି କହି ଗୋପାଳଙ୍କୁ ଧମକ ଦେଉଥିଲେ । ତେବେ ଆଜିକୁ ପ୍ରାୟ ୬ ବର୍ଷ ହୋଇଗଲାଣି ଟଙ୍କା ଫେରି ପାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବର୍ତ୍ତମାନ ପାରାଦ୍ଵୀପ ଆଦର୍ଶ ଥାନାର ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ଗୋପାଳ ।