ଶହେ ଫୁଟ୍ ପାହାଡ଼ରୁ ଖସି ଜୀବନ ହାରିଲେ ଯୁବକ

କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକୁଟି ପାହାଡ଼ ଉପରୁ ୧୦୦ ଫୁଟ ତଳକୁ ଖସି ବଡ଼ାପଟା ସାହିର ବନ୍ଦନ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସେ ସାଙ୍ଗ ମାନଙ୍କ ସହ ବୁଲିବା ପାଇଁ ମଣ୍ଡକୁଟି ପାହାଡ଼ ଉପରକୁ ଯାଇଥିଲେ। ସେଠାରେ ଥିବା ଏକ ବିରାଟ ପଥର ଉପରକୁ ଚଢ଼ିଥିବା ବେଳେ ଅସାବଧାନତା ବଶତଃ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲେ ଥିଲେ। ମୁଣ୍ଡ ଟି ପଥର ରେ ପିଟି ହୋଇ ଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଘଞ୍ଚ ଜଙ୍ଗଲ ମଧ୍ୟରେ କିଛି ସମୟ ଖୋଜିବା ପରେ କୌଣସି ସନ୍ଧାନ ନମିଳିବାରୁ ଦମକଳ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ରାଇକିଆ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରାଇକିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଥାନା କେସ୍ ୬/୨୪ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ବୋଲି ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାଏ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *