ବଢୁଛି ହାତୀ ପାଇଁ ତାତି,ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ଦୀର୍ଘ ଦିନ ହେବ ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ। ହାତୀ ପାଇଁ ବଢୁଛି ତାତି।ବନ ବିଭାଗ ହାତୀ ନିୟନ୍ତ୍ରଣରେ ବିଫଳ ହୋଇଥିବା ଯୋଗୁଁ ଗ୍ରାମବାସୀ ବନବିଭାଗକୁ ଘେରାଉ କରିବା ସହ ହୋହାଲ୍ଲା କରିବା ଘଟଣା ଚମ୍ପୁଆ ବ୍ଲକ ଜାଲି ଗ୍ରାମରେ ଦେଖିବାକୁ ମିଳିଛି। ଦୈନିକ ହାତୀ ପାଦତଳେ ଏକର ଏକର ଫଳନ୍ତି ଧାନ ଫସଲ ନଷ୍ଟ ହେଉଥିବାବେଳେ ହାତୀ ଘର ଭାଙ୍ଗି ବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କିଛି ଦିନ ତଳେ ଚମ୍ପୁଆ ରେଞ୍ଜ ଛାଡି ପାଟଣା ରେଞ୍ଜ କୁ ଚାଲିଯାଇ ଥିବା ୨୮ ଦଳିଆ ହାତୀ ପଲ ଗତକାଲି ପୁନର୍ବାର ଲେଉଟି ଆସି ଜାଲି,ରାଉତରାପୁର,ଝାଲିଆବେଡା, ବର୍ଧନା ଗ୍ରାମ ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ତେବେ ହାତୀ ପଲ ଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ ହିତୀ କ୍ଷୟ କ୍ଷତିକୁ ନେଇ ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି , ଏହାକୁ ନେଇ ଜାଲି ଗ୍ରାମବାସୀ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *