ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କରାଜ, ଅନ୍ୟପଟେ ପୋଲିସକୁ ଖୋଲାଚାଲେଞ୍ଜ!

କେନ୍ଦ୍ରାପଡ଼ା କୁଦାନଗରୀ ଥାନା ଅନ୍ତର୍ଗତ ସାନ ଅଢଙ୍ଗା ପଞ୍ଚାୟତ ଅରିଲ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଶୈଳକାନ୍ତ ରାଉତଙ୍କ ଘରୁ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଲୁଟେରା । ଲୁଟେରାମାନେ ଝରକା ଭାଙ୍ଗି ଘରେ ପଶି ୮ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଏଟିଏମ କାର୍ଡ,ପ୍ୟାନ କାର୍ଡ ସହ ଡ୍ରାଇଭିଙ୍ଗ ଲାଇସେନ୍ସ ଲୁଟି ନେଇଛନ୍ତି । ସିସି ଟିଭିରେ କଏଦ ହୋଇଛି ଲୁଟ୍ ସମୟର ଦୃଶ୍ୟ ।

ଗତ ପନ୍ଦର ଦିନ ମଧ୍ୟରେ ଉକ୍ତ ଗ୍ରାମର ବିଭିନ୍ନ ଘରୁ କେହି ନ ଥିବାର ସୁଯୋଗ ନେଇ ଚୋରି ହେଉଥିବା କୁଦାନଗରୀ ଥାନାରେ ଅଭିଯୋଗ ହେଉଥିବା ବେଳେ ପୋଲିସ ଚରୋଙ୍କୁ ଧରିବାରେ ସଫଳ ହୋଇନାହିଁ । ଚୋରଙ୍କ ଆତଙ୍କ ରାଜ ଯୋଗୁ ଲୋକ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କୁଦା ନଗରୀ ଥାନାରୁ ମାତ୍ର ୨ କିଲୋ ମିଟର ପରିଧି ଭିତରେ ଏକାଧିକ ଚୋରି ହେଉଥିଲେବି ପୋଲିସର ପାଟ୍ରୋଲିଙ୍ଗ ଅଭାବରୁ ଚୋର ଙ୍କ ପାଦୃଭାବ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ତୁରନ୍ତ ଚୋରକୁ ଧରି ସମସ୍ତ ଟଙ୍କା ଓ ଅଳଙ୍କାର ଉଦ୍ଧାର କରିବାକୁ ସାଧାରଣରେ ଦାବୀ ହୋଇଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧlନୀ କୁକୁର ଜରିଆରେ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *