ବଜ୍ରାଘାତରେ ଅସୁସ୍ଥ ହୋଇଥିବା ଛାତ୍ରୀଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି

ସ୍କୁଲ ପରିସରରେ ବଜ୍ରାଘାତ ଘଟି ୧୦ ଛାତ୍ରୀ ଆହତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରୀ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସବୁ ଦିନ ପରି ବିଦ୍ୟାଳୟରେ ଥିବା ବେଳେ ହଠାତ୍ ମେଘ ଘଡଗଡି ସହ ବଜ୍ରାଘାତ ହୋଇଥିଲା ଫଳରେ ବିଦ୍ୟାଳୟର ୧୦ରୁ ଉର୍ଦ୍ଧ ଛାତ୍ରୀ ଆହତ ହେବା ସହ ଅସୁସ୍ଥ ଅନୁଭବ କରିଥିଲେ । ଘଟଣା ପାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ତଥା ଗ୍ରାମବାସୀ ଅସୁସ୍ଥ ଛାତ୍ରୀ ମାନଙ୍କୁ ପ୍ରଥମେ ଗ୍ୟାଲେରୀ ସରକାରୀ ମେଡିକାଲକୁ ନେଇ ଥିଲେ । ସେଠାରେ ଡାକ୍ତର ଭଗବାନ ସାହୁ ସେମାନଙ୍କୁ ଚିକିତ୍ସା କରିଥିଲେ, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଠିକ ଅଛି ବୋଲି ପ୍ରକାଶ କରିଛନ୍ତି । ଉକ୍ତ ଘଟଣା ଶୁଣିବା ମାତ୍ରକେ ଅଭିଭାବକ ମାନଙ୍କ ମଧ୍ୟରେ ଛନକା ପଶି ଯାଇଥିଲା ।

Leave a Reply

Your email address will not be published. Required fields are marked *