
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କୁମାରପୁର ଠାରେ ବେଆଇନ ଭାବେ ଚାଲୁଥିବା କରତ କଳ ଉପରେ ଚଢ଼ାଉ କରିଛି ବନବିଭାଗ । ତେବେ ଗେଣ୍ଡୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜାଗାରେ ବେଧଡକ ଭାବେ ଏହି କାରାବାର ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ବିଭାଗ ସହ ବନ ବିଭାଗର ମିଳିତ ଚଢାଉ ହୋଇଥିଲା । ତେବେ ଜବତ ହୋଇଥିବା କାଠ ପାଖାପାଖି ୧୦୦ ସିଫ୍ଟ କୁହାଯାଉଥିବା ବେଳେ ଯାହାର ଆନୁମାନିକ ମୁଲ୍ୟ ଅଢେଇରୁ ୩ ଲକ୍ଷ ଟଙ୍କା ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଏହି ଘଟଣାରେ କେହି ବି ଗିରଫ ହୋଇ ନଥିବା ଜଣାପଡିଛି । ତେବେ ଏହି କରତ କଳଟି କେତେ ଦିନରୁ ଚାଲିଥିଲା ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ମଧ୍ୟ ତଦନ୍ତ ଚାଲିଛି ।