ବ୍ୟାଙ୍କରୁ ଟଙ୍କା ଉଠାଇଲେ, ଝାମ୍ପି ନେଇଗଲେ ଲୁଟେରା

କେନ୍ଦୁଝର ଚମ୍ପୁଆ ବଜାରରେ ଦିନ ଦ୍ବିପ୍ରହରେ ମହିଳାଙ୍କ ହାତରୁ ଟଙ୍କା ଝାମ୍ପିନେଲେ ଲୁଟେରା। ଲୁଟ ପରେ ମହିଳାଙ୍କ ପକ୍ଷରୁ ଚମ୍ପୁଆ ଥାନାରେ ଅଭିଯୋଗ। ସୂଚନା ମୁତାବକ, ପତଳା ଗ୍ରାମର ମାଆ ଗାୟତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଭବାନୀ ମହାରଣା ଓ ସମ୍ପାଦିକା ଯଶୁମତି ନାୟକ ଚମ୍ପୁଆ ଇଣ୍ଡିଆନ ବ୍ୟାଙ୍କକୁ ଆସିଥିଲେ ଟଙ୍କା ଉଠାଇବାକୁ। ଗ୍ରୁପ ଟଙ୍କା ୩୨ ହଜାର ଓ ନିଜ ଆକାଉଣ୍ଟରୁ ଭବାନୀ ୧୫୦୦ ଟଙ୍କା ଉଠାଇଥିଲେ। ଟଙ୍କା ନେଇ ଚାଲି ଚାଲି ଯାଉଥିବା ବେଳେ ଚମ୍ପୁଆ ବଜାରରେ ଥିବା ଇଣ୍ଡେନ ଗ୍ୟାସ ଦୋକାନ ସମ୍ମୁଖରୁ ଦୁଇ ଜଣ ଲୁଟେରା ମହିଳାଙ୍କ ହାତରୁ ଟଙ୍କା ବ୍ୟାଗ ଛଡାଇ ନେଇ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ କରନ୍ତୁ ମହିଳା। ଉଭୟ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସିଥିବା କହିଛନ୍ତି ଲୁଟର ଶିକାର ମହିଳା।

ଲୁଟ ପରେ ଦୁଇ ମହିଳା ଚମ୍ପୁଆ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବ ବୋଲି କହିଛି।

Leave a Reply

Your email address will not be published. Required fields are marked *