ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

ଗୋପପୁର ଛାଡ଼ି ମଥୁରାନଗରୀରେ ପହଞ୍ଚିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ । କୃଷ୍ଣ, ବଳରାମଙ୍କ ଆଗମନକୁ ନେଇ ସମଗ୍ର ମଥୁରାନଗରୀ ହୋଇଛି ଉତ୍ସବ ମୁଖର । ବେନିଭାଇଙ୍କ ଦର୍ଶନ ପାଇଁ ସମସ୍ତଙ୍କ ମନ ଉଚ୍ଛନ୍ନ । ମଥୁରାନଗରୀ ପରିଭ୍ରମଣ ସମୟେ ବେନି ଭାଇଙ୍କୁ ଘରେ ଘରେ କରାଯାଇଥିଲା ଭବ୍ୟ ସ୍ବାଗତ ଓ ପୂଜାର୍ଚ୍ଚନା । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସହ ସୁଦାମା ମାଳି ଓ ରଜକଙ୍କ ହୋଇଛି ସାକ୍ଷାତ । । ସେପଟେ ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ ପରେ ଗୋପପୁର ହୋଇଛି ଖାଁ ଖାଁ । ଝୁରୁଛି ଯମୁନା, ଝୁରୁଛି କଦମ୍ବ ବଣ । ଶ୍ରୀକୃଷ୍ଣଙ୍କ ଆଉ ବାଜିବନୀ ବଂଶୀ କି ନାଚିବେନି ରାଧା ଓ ଗୋପୀ ଗୋପାଙ୍ଗନା । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ମାତା ଯଶୋଦାଙ୍କ ସହିତ ସମଗ୍ର ଗୋପପୁରବାସୀ କରୁଛନ୍ତି ବିଳାପ ।

ଅଟ୍ଟହାସ୍ୟରେ କମ୍ପୁଛି ମଥୁରନଗରୀ । କୁବଳୟା ହାତୀ ପିଠିରେ ବସି ମହାରାଜା କଂସ କରିଥିଲେ ଦିଗବିଜୟ । ରାଜଦରବାରରେ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ କରିଛନ୍ତି ଷଡ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ବାହୁବଳ ଦେଖି ମହାରାଜା କଂସ ନୃତ୍ୟଗୀତରେ ମଜ୍ଜି କରିଛନ୍ତି ସୁରାପାନ । ରାତିରେ ଶୋଇବା ବେଳେ ହୋଇଛି ସ୍ବପ୍ନ । ମହାରାଜା କଂସ ସ୍ବପ୍ନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟରୂପ ଦର୍ଶନ କରିବା ସହ ଭଣଜା କୃଷ୍ଣଙ୍କ ସହ ହୋଇଛି ଯୁଦ୍ଧ । ଭଣଜାଙ୍କ ସହ ଯୁଦ୍ଧରେ କଂସଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ କୋଳରେ ଶ୍ରୀକୃଷ୍ଣ ଖେଳିବା ଦେଖି ହୋଇଛନ୍ତି ଭୟଭୀତ।ତେବେ ଉପଜିଲ୍ଲାପାଳ ମଧ୍ଯ ବରଗଡ ଧନୁଯାତ୍ରାକୁ ମନଭରି ଉପଭୋଗ କରିଛନ୍ତି

ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ

Leave a Reply

Your email address will not be published. Required fields are marked *