
ପୁଣି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗସ୍ତ। ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି ।
ସୂଚନା ଅନୁସାରେ , ହଂକଂରୁ ଦିଲ୍ଲୀ ବିମାନ ବନ୍ଦରରରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଅବତରଣ କରିବା ସମୟରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା କାରଣରୁ ବିମାନଟିର କ୍ଷତି ହୋଇଛି । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏହା ସହିତ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣା ଯୋଗୁଁ ବିମାନଟିର କ୍ଷତି ହୋଇଛି । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି ।ବିମାନଟିକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ପାଇଁ ବିମାନକୁ ବନ୍ଦ କରାଯାଇଛି।
