ବୃଦ୍ଧାଙ୍କୁ ମାଡ ମାରି ଲୁଟି ନେଲେ ସୁନା ଅଳଙ୍କାର ସହ ଟଙ୍କା

ଘରେ ଥିବା ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କଲେ ଲୁଟେରା। ରାତି ଅଧରେ ଘରେ ପଶିଲେ । ବୃଦ୍ଧଙ୍କ କବାଟ ବାହାରୁ ବନ୍ଦ କରି ତାଙ୍କ ପତ୍ନୀଙ୍କ ରୁମ୍‌ରେ ପଶିଲେ। ଏହାପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଲେ। ଏପରି ଏକ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଅନ୍ତର୍ଗତ ଚକପୁର ଗ୍ରାମରେ ହୋଇଛି।ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଲେ ଅଭୟ ପଲାଇ ଓ ପ୍ରମିଳା ପଲାଇ । ଗୁରୁତର ଅବସ୍ଥାରେ ପ୍ରମିଳା ପଲାଇ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଅଭୟ ପଲାଇ ଓ ପ୍ରମିଳା ପଲାଇ ଘରେ ଏକୁଟିଆ ରହୁଥିବା ବେଳେ ସେମାନଙ୍କ ୪ ପୁଅ ବାହାରେ ରହୁଛନ୍ତି। ଡକାୟତି ରେ ଶିକାର ହୋଇଥିବା ପ୍ରମିଳା ପଲାଇ ଙ୍କ ସ୍ୱାମି ଅଭୟ ପଲାଇ ଜଣେ ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ଥିବା ବେଳେ ତାଙ୍କ ଚାରିପୁଅ ପୋଲିସ, ଭିଜିଲାନସ, ବିଏସଏଫ ରେ କାର୍ଯ୍ୟରତ ଅଛନ୍ତି ତେଣୁ ପୁଅ ବୋହୁଙ୍କ ଅନୁପସ୍ଥିତି ଓ ବୃଦ୍ଧ ଙ୍କ ଅକ୍ଷମତା ର ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶିଥିଲେ ଚୋର । ଗତ ବିଳମ୍ବିତ ରାତିରେ ପ୍ରମିଳାଙ୍କ ସ୍ୱାମୀ ସୋଇଥିବା ଘର ବାହାର ପଟୁ କବାଟ ଦେଇ ପ୍ରମିଳାଙ୍କ ଘରେ ପଶି ପ୍ରଥମେ ପ୍ରମିଳାଙ୍କୁ ଘରର ଗହଣା ଓ ଟଙ୍କା ଥିବା ବାକ୍ସ ର ଚାବି ମାଗିଥିଲେ ତେବେ ପ୍ରମିଳା ନଦେବାରୁ ପ୍ରମିଳାଙ୍କୁ ମାରି ଲହୁଲୁହାଣ କରିଥିଲେ । ପରେ 10 ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ସହ 5 ଲକ୍ଷ ନଗଦ ଟଙ୍କା ଲୁଟିନେଇଥିଲେ |ତେବେ ଭୋର ସମୟରେ ଗ୍ରାମବାସୀ ଖବର ପାଇ ପ୍ରମିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଛନ୍ତି । ଏନେଇ ପ୍ରମିଳାଙ୍କ ପରିବାର ଲୋକେ ଶାବରଙ୍ଗ ଥାନାରେ ଏତଲା ଦେଇଥିବା ବେଳଏ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *