ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ସୁନାନ୍ତର ଗାଁର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ବୋମା ଓ ଗୁଳିମାଡ଼ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ପିସ୍ତଲ, ୪୦ ଟି ଜୀବନ୍ତ ଗୁଳି, ୭ଟି ମଗାଜିନ, ୭ଟି ମୋବାଇଲ ସହ ଗୋଟିଏ ହୋଣ୍ଡା ବାଇକ୍ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ପର୍ଦ୍ଧାଫାଶ କରିଛି ଗଞ୍ଜାମ ପୋଲିସ ।

୬ ଜଣ ଅଭିଯୁକ୍ତ ଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ । ହତ୍ୟାକାଣ୍ଡ ପଛରେ ଛପି ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି । ତେବେ୨୫ ଜୁଲାଇ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ସମସ୍ତ କାହାଣୀର ଖୁଲାସା କରିଛି ଗଞ୍ଜାମ ପୋଲିସ । ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି ଆସିକା ଏସଡ଼ିପିଓ(SDPO) ସନ୍ତୋଷ କୁମାର ଜେନା ।

ଅନ୍ୟପଟେ ଗିରଫ ସଂଖ୍ୟା ବଢିବା ନେଇ ସମ୍ଭାବନା ବୋଲି ଜଣା ପଡ଼ିଛି । ରାଜନୈତିକ ଆକ୍ରୋଶ ଓ ବ୍ୟବସାୟ କାରଣରୁ ସୁପାରୀ କିଲର କୁ ୨୦ ଲକ୍ଷ ଟଙ୍କା ଡିଲ୍ ରେ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଗଞ୍ଜାମ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା । ଗିରଫ ଅଭିଯୁକ୍ତ ମାନେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ,କୁଲାଗଡ ଗ୍ରାମର କାମେଶ୍ଵର ଗୌଡ,ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ, ଧରାକୋଟର ସୂର୍ଯ୍ୟ ନାଏକ।

ଏହି ଦୁର୍ବୃତ୍ତଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଶେରଗଡ଼ ବ୍ଲକ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନାମ ମଧ୍ୟ FIR ରେ ଅଭିଯୋଗ ରହିଥିବା ଖବର ମିଳିଛି ।