୭୦ତମ ପ୍ରତିଷ୍ଠା ଦିବସ ପାଳନ କଲେ ମଜଦୂର ସଂଘ

ରାୟଗଡ଼ା ସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ଗାନ୍ଧୀ ପାର୍କ ଠାରୁ ଏକ ପଦଯାତ୍ରାରେ ବାହାରି କୃଷ୍ଣଚନ୍ଦ୍ର ନଗର ଭବନଠାରେ ପହଞ୍ଚି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ କରି ଶ୍ରମିକ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରମିକ ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଜିଲ୍ଲା ପ୍ରଚାରକ ଶଙ୍କର ପ୍ରଧାନ , ସକ୍ଷମର ରାଜ୍ୟ ସଂରକ୍ଷକ , ସମାଜସେବୀ ତଥା କର୍ମଜୀବି ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ।

ଏବଂ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ସ୍ଵାଧୀନତା ପ୍ରାପ୍ତି ପରେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାର ଧାରା ରଖୁଥିବା ଅନେକ ଗୁଡ଼ିଏ ଶ୍ରମିକ ସଂଘଠନ ସୃଷ୍ଟି ହୋଇଥିଲା। ଏହାପରେ ରାଜନୈତିକ ବିଚାରା ଧାରା ଠାରୁ ଦୂରେଇ ରହି ଶ୍ରମିକ ମାନଙ୍କ ହିତ ପାଇଁଁ ଭାରତୀୟ ବିଚାର କୁ ଦୃଷ୍ଟିରେ ରଖି ଏକ ଅଣ ରାଜନୈତିକ ଶ୍ରମିକ ସଂଗଠନ ଏବଂ ଭାରତୀୟ ବିଚାର ରେ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଚାର ଧାରା କରିଥିଲେ। ଏନେଇ ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ୭୦ ବର୍ଷ ପୂର୍ତ୍ତି ପାଳନ କରିଆସୁଛି ଭାରତୀୟ ମଜଦୂର ସଂଘ ବୋଲି ପ୍ରକାଶ କରିଥିଲେ ।

ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରର୍ଜର୍ସ ଆସୋସିଏସନ୍, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୂର ସଂଘ , ବିଶ୍ଵକର୍ମା ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଇମ୍ଫା ଶ୍ରମିକ ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ରାଜ ମେସ୍ତୀରି ସଂଘ , ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ ଏବଂ ୧୧ ଟି ବ୍ଲକ ର ସମସ୍ତ ବ୍ଳକର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ,ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ,ଉପସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସ , ଶ୍ରୀମତୀ ନେହା ସିଂ , ଶ୍ରୀ ଧର୍ମ ସିଂ ନାଗ, ପରମା ନନ୍ଦ ପ୍ରଧାନ , ଏ ତିରୁପତି ରାଓ , ଆନନ୍ଦ ରାଉଳ , , ରାମକୃଷ୍ଣ ପାଣିଗ୍ରାହୀ , କେ ରାମ ବାବୁ , ଗୀତାଞ୍ଜଳି ହିଆଲ , ନୀରଞନ ସେନାପତି , ପରମାନନ୍ଦ ପ୍ରଧାନ , ଆନନ୍ଦ ରାଓ , ସୁନ୍ଦର ରାଓ କାଡ୍ରାକା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଅରୁଣ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *