
ଖୋଦ୍ ପାଟଣା ବିଧାୟକଙ୍କ ପଞ୍ଚାୟତକୁ ରାସ୍ତା ନ ଥିବାରୁ ଯାଇ ପାରୁନଥିଲା ଲକ୍ଷ୍ମୀ ବସ୍। ଗ୍ରାମ ବାସୀ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ମଧ୍ୟ ଚେତୁନଥିଲା ପ୍ରଶାସନ। ଏପରିକି ବିଧାୟକ ମଧ୍ୟ ଗୁରୁତ୍ୱ ଦେଉନଥିବାରୁ ଗ୍ରାମବାସୀ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ। ଏ ନେଇ ସୂଚନା ଟିଭିରେ ସର୍ବ ପ୍ରଥମ ଖବର ପ୍ରସାରଣ ପରେ ଚେତିଛି ଚମ୍ପୁଆ ବ୍ଲକ ପ୍ରଶାସନ। ଆଜି ଜାଲି ଗ୍ରାମରେ ପହଞ୍ଚି ରାସ୍ତାର ଅବସ୍ଥା ସମ୍ପର୍କରେ ଯାଞ୍ଚ କରିବା ପରେ ଖୁବ ଶିଘ୍ର ରାସ୍ତା କାମ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ସୂଚନାନୁଯାୟୀ ଚମ୍ପୁଆ ବ୍ଲକ ଭୁଇଁପୁର ଠାରୁ ଜାଲି ପଞ୍ଚାୟତ ଯାଏଁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଗମନାଗମନ ପାଇଁ ଅନୁପଯୋଗୀ ହୋଇପଡିଥିଲା। ଯାହାକୁ ନେଇ ଜାଲି ପଞ୍ଚାୟତ କୁ ଲକ୍ଷ୍ମୀ ଯୋଜନା ବସ୍ ଭୁଇଁପୁର ଠାରୁ ଫେରି ଆସୁଥିବାବେଳେ ବସ୍ ସେବାରୁ ବଞ୍ଚିତ ହୋଇଥିଲେ ଜାଲି ପଞ୍ଚାୟତ ବାସି। ତେବେ ବସ୍ ସେବା ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ ପ୍ରଶାସନ ଗୁରୁତ୍ବନ ଦେବା ରୁ ଶେଷରେ ଗ୍ରାମ ବାସୀ ନିଜେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଖବର ପ୍ରଥମେ ସୂଚନା ଟିଭି ରେ ପ୍ରସାରଣ କରାଯାଇଥିଲା ,ଖବରା ବାଜିବା ପରେ ରାସ୍ତା ନିର୍ମାଣ ପାଇଁ ତତ୍ପରତା ଦେଖାଇଛି ଚମ୍ପୁଆ ବ୍ଲକ ପ୍ରଶାସନ। ଆଜି ଚମ୍ପୁଆ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଙ୍କ ସହିତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ଜାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଲି ଗ୍ରାମ କୁ ଯାଇ ସମ୍ପୃକ୍ତ ରାସ୍ତା ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଶିଘ୍ର ରାସ୍ତା କାମ ଆରମ୍ଭ କରିବାକୁ ଗ୍ରାମ ବାସୀ ଙ୍କୁ ଆଶ୍ୱାସନା ଦେଇ ଥିବା ଜଣାପଡିଛି।