ଦଶ ଏକର ଧାନ ନିଆଁରେ ପୋଡ଼ି ପାଉଶଁ

ବରଗଡ଼ ପଦ୍ମପୁରରେ ଅଭାବନୀୟ ଘଟଣା । ଅମଳ ହୋଇ ଥିବା ୧୦ ଏକର ଧାନ ଫସଲରେ ଲାଗିଗଲା ନିଆଁ । ନିଆଁରେ ସମ୍ପୁର୍ଣ୍ଣ ଧ୍ବସଂ ହୋଇଗଲା ସବୁ ଫସଲ । । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବିରଜାମ୍ ଗାଁର ଚାଷୀ ନିର ମେହେରଙ୍କ ବର୍ଷକ ଯାକର କଷ୍ଟ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି।ଗତ କାଲି ବିଳମ୍ବିତ ରାତିରେ କେହି ଦୃବୃତ୍ତ ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି । ଧାର କରଜ କରି ବହୁ ପରିଶ୍ରମ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ମେଲଛାମୁଣ୍ଡା ପୋଲିସ ଏବଂ ବିଜେପୁର ଦମକଳ ବାହନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବାକୁ ୨ ଘଣ୍ଟାର ସମୟ ଲାଗିଥିଲା ବିଳମ୍ବ କାରଣରୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ଯାହା ଫଳରେ ଜନ ସାଧାରଣଙ୍କ ବିରୋଧର ସମ୍ମୁଖିନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *