
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ବାବା ରାମେଶ୍ବର ଯୁବକ ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ମୂଖ୍ଯ ଅତିଥି ଭାବେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ଯକ୍ଷା ସୁଜାତା ସାହୁ ପ୍ରମୁଖ ଯୋଗଦେଇ ଖେଳ ଶୁଭାରମ୍ଭ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଶ ଅଂଶ ଗ୍ରହଣ କରୁଥିବା ବେଳେ ରାଉଣ୍ତ ଲିଗ ପର୍ଯ୍ଯାୟରେ ଖେଳ ଶୁଭାରମ୍ଭ ହୋଇଛି । ତିନି ଦିନ ଧରି ଆୟୋଜିତ ଏହି ସର୍ବଭାରତୀୟ ଦିବାରାତ୍ର ଭଲିବଲ ମ୍ଯାଚ ଆୟୋଜନରେ ରାମେଶ୍ବର ଆଞ୍ଚଳିକ ଯୁବକ ସଂଘର ସଭାପତି ପ୍ରଦିପ କୁମାର ସାହୁଙ୍କ ସମେତ ମନ୍ମଥକୁମାର ସାହୁ, ରବିନ୍ଦ୍ର ସ୍ବାଇଁ, କଳ୍ପତରୁ ନାଥ ପ୍ରମୁଖ ସହଯୋଗ କରିଥିଲେ ।
Your point of view caught my eye and was very interesting. Thanks. I have a question for you.